ରେଭେନ୍ସା ବିଶ୍ୱବିଦ୍ୟାଳୟର ୱେବସାଇଟ୍ସ ହ୍ୟାକ୍‌

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌ ହ୍ୟାକ୍ । କେହି ଦୃର୍ବୃତ୍ତ ୱେବସାଇଟ୍‌କୁ ହ୍ୟାକ୍‌ କରି ଦେଇଥିବା ଦେଖିବାକୁ ମିଳିଛି । ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଖୋଲୁଛି ଏକ ବେଟିଂ ସାଇଟ୍‌ । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା । ମାତ୍ର ଏହାକୁ କ୍ଲିକ୍‌ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ । ‌ରେଭେନ୍ସା ୱେବ୍‌ସାଇଟ୍‌ରୁ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍‌ ନେଇ କୌଣସି କାମ କରି ହେଉନଥିବା ଅଭିଯୋଗ ହୋଇଛି । କେମିତି ୱେବସାଇଟ୍ ହ୍ୟାକ୍ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଉଚ୍ଚ ଶିକ୍ଷା ବିଭାଗର ଇନଷ୍ଟା ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଥିଲା । ପେଜ୍‌ରେ କେହି ଅଶ୍ଳୀଳ ଭିଡିଓ ଅପଲୋଡ୍ କରି ଦେଇଥିବା ଅଭିଯୋଗ ହୋଇଥିଲା । ମାତ୍ର କିଛି ସମୟ ପରେ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟା ପୂର୍ବଭଳି ଠିକ୍ ହୋଇ ଯାଇଥିଲା।

ତେବେ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସାର୍ଟିଫିକେଟ ଡାଉନଲୋଡ କରିବା କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ ୨ ବର୍ଷ ତଳେ ଏଭଳି ଅଭିଯୋଗ ଆସିଥିଲା । ଏବେ ପୁଣି ରେଭେନ୍ସାର ୱେବସାଇଟ୍ ହ୍ୟାକ ଅଭିଯୋଗ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଛି। ତେବେ ଏହି ଭଳି ହ୍ୟାକକୁ ରୋକିବା ପାଇଁ ଛଅ ବର୍ଷ ତଳେ ରେଭେନ୍ସା ପକ୍ଷରୁ ଦୁଇ କୋଟି ଟଙ୍କା ବ୍ୟୟରେ ବ୍ଲେଡ ସର୍ଭର ଲଗାଯାଇଥିଲା । ତଥାପି ସର୍ଭର ଲାଗିବା ସତ୍ତ୍ଵେ ୱେବ୍ ସାଇଟ୍ ହ୍ୟାକ କରାଯାଇଛି।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ