ଡେପୁଟେସନ୍‌ରେ ଓଡ଼ିଶା ଆସିବେ ଆଇଏଏସ୍‌ ମନୋଜ ସାହୁ

ଭୁବନେଶ୍ୱର: କେନ୍ଦ୍ରରେ ଉପ (ଡେପୁଟି) ନିର୍ବାଚନ କମିଶନର ଭାବେ କାର୍ୟ୍ୟରତ ମନୋଜ କୁମାର ସାହୁ ଇଣ୍ଟର କ୍ୟାଡର୍‌ ଡେପୁଟେସନ୍‌ରେ ଓଡ଼ିଶା ଆସିବେ । ସେଥି ପାଇଁ ତାଙ୍କୁ କେନ୍ଦ୍ର କ୍ୟାବିନେଟ୍‌ ନିଯୁକ୍ତି କମିଟିର କାର୍ମିକ ବିଭାଗ ପକ୍ଷରୁ ଅନୁମତି ମିଳିଛି । ୨୦୦୬ ବ୍ୟାଚ୍‌ ଆଇଏଏସ୍‌ ଶ୍ରୀ ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡର୍‌ ଅଧିକାରୀ ।

ଶ୍ରୀ ସାହୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମ ବାସିନ୍ଦା । ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ଜିଲ୍ଲାପାଳ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ହର ଘର ଜଲ୍‌ରେ କାମ କରି ପ୍ରଶଂସିତ ହୋଇଛନ୍ତି । ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମୟରେ ଶ୍ରୀ ସାହୁ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ଜରୁରି ଭାବେ ତାଙ୍କୁ ଡେପୁଟେସନରେ ଅଣାଯାଉଥିବାରୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ଅବସ୍ଥାପିତ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

  • Related Posts

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଭୁବନେଶ୍ଵର,୦୮/୦୮:ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ବାଙ୍ଗାଲୋରର ବେସିକ ନିଡସ ଇଣ୍ଡିଆ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଛି । ମାନ୍ୟବର ସ୍ୱାସ୍ଥ୍ୟ ଓ…

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

    Leave a Reply

    Your email address will not be published. Required fields are marked *

    You Missed

    ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

    ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ