
ଭୁବନେଶ୍ଵର : ବିଜୁ ବାବୁଙ୍କୁ ନେଇ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ବରିଷ୍ଠ ବିଜୟ ମହାପାତ୍ର। କହିଲେ, ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ। ଜଣେ ଦାୟିତ୍ଵ ସମ୍ପନ୍ନ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି ମନ୍ତବ୍ୟ ଅଗ୍ରହଣୀୟ ଏବଂ ଦୁର୍ଭାଗ୍ୟଜନକ। ବିଜୁ ବାବୁଙ୍କ ବିଷୟରେ କିଛି ନଜାଣି ପାଗଳ ଭଳି ବିବୃତ୍ତି ଦେଇଛନ୍ତି। ନିଶିକାନ୍ତ ଏଭଳି ମନ୍ତବ୍ୟ ଦେବା ସମସ୍ତଙ୍କୁ ଆଘାତ ଦେଇଛି। ଏଥିପାଇଁ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ଭାରତ ସରକାର ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଅନ୍ତୁ।
ବିଜୟ ପୁଣି କହିଛନ୍ତି ଯେ, ୧୯୬୨ ରେ ଚବାଟିଆ ତିଆରି ହୋଇନଥିଲା। ୧୯୬୩ ରେ ଚାରବାଟିଆ ତିଆରି ହୋଇଥିଲା। ଏହା ସମ୍ପୂର୍ଣ୍ଣ ଭାବେ ଏନଏସଏ ଅଧୀନରେ ରହିଥାଏ। ସେତେବେଳେ ସିଆଇଏ ମଧ୍ୟ ଗଠନ ହୋଇନଥିଲା। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଭାରତ ସରକାର ତାଙ୍କୁ ଭାରତର ପ୍ରତିନିଧି ରୂପେ ପଠାଇଥିଲେ। ଯୁଦ୍ଧ ପରିଚାଳନାରେ ବିଜୁ ବାବୁଙ୍କ ଦକ୍ଷତା ଥିବାରୁ ତାଙ୍କୁ ଭାରତ ସରକାର ପଠାଇଥିଲେ।ନିଶିକାନ୍ତ ଦୁବେ ହେଉଛନ୍ତି ଜଣେ କର୍ପୋରେଟ୍ ଏଜେଣ୍ଟ।




