ତୃତୀୟ ଟି-ଟ୍ଵେଣ୍ଟି ଜିତିଲା ଭାରତ

ଧର୍ମଶାଳା: ତୃତୀୟ ଟି-ଟ୍ଵେଣ୍ଟି ଜିତିଲା ଭାରତ । ୨୫ ବଲ୍ ବାକି ଥାଇ ୭ ୱିକେଟରେ ହାରିଛି ଦକ୍ଷିଣ ଆଫ୍ରିକା । ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ତୃତୀୟ ଟି-ଟ୍ଵେଣ୍ଟିକୁ ଜିତି ନେଇଛି ଭାରତ । ୧୫.୫ ଓଭର୍‌ରେ ଭାରତ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତିଛି ।ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିଥିବା ବେଳେ ବ୍ୟାଟିଂ କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା । ଶେଷ ବଲ୍‌ରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍ ହୋଇ ୧୧୭ ରନ୍ କରିଥିଲା । ଭାରତ ଆଗରେ ରଖିଥିଲା ୧୧୮ ରନ୍‌ର ବିଜୟ ଲକ୍ଷ୍ୟ ।
ପ୍ରଥମରୁ ଭଲ ଆରମ୍ଭ କରିଥିଲା ଭାରତ । ଭାରତ ପକ୍ଷରୁ ଅଭିଷେକ ଶର୍ମା ଦମ୍‌ଦାର ବ୍ୟାଟିଂ କରି ବଡ଼ ପ୍ରହାର କରିଥିଲେ । ଏହାପରେ ୫.୨ ଓ ଭରରେ ଦଳୀୟ ସ୍କୋର୍ ୬୦ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଅଭିଷେକ । ୧୮ ବଲ୍‌ରେ ୩ ଛକ୍କା ଓ ୩ ଚଉକା ସହାୟତାରେ ୩୫ ରନ୍ ସ୍କୋର୍ କରିଥିଲେ ଅଭିଷେକ ଶର୍ମା ।

ଏହାପରେ ତିଲକ ବର୍ମା ଆସିଥିବା ବେଳେ କ୍ରିଜ୍‌ରେ ଥିବା ଗିଲ୍ ସେଭଳି କରିସ୍ମା ଦେଖାଇ ପାରି ନଥିଲେ । ୨୮ ବଲ୍‌ରେ ୫ଟି ଚଉକା ସହାୟତାରେ ଗିଲ୍ ୨୮ ରନ୍ କରିଛନ୍ତି । ସେହିଭଳି ତିଲକ ବର୍ମା ୩୪ ବଲ୍‌ରେ ଅପରାଜିତ ୨୬ ରନ୍‍ କରିଛନ୍ତି ।

ଭାରତ ବିଜୟୀ ହୋଇଥିଲେ ବି ପୂର୍ବ ୩ଟି ମ୍ୟାଚ୍ ଭଳି ଅଧିନାୟକ ସୂର୍ୟ୍ୟକୁମାର ଧର୍ମଶାଳାରେ କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛନ୍ତି । ୧୧ ବଲ୍‌ରେ ୨ଟି ଚଉକା ସହାୟତାରେ ସୂର୍ୟ୍ୟକୁମାର ୧୨ ରନ୍ କରିଛନ୍ତି । ୪ ବଲ୍‌ରେ ଶିବମ ଦୁବେ ଅପରାଜିତ ୧୦ ରନ୍ କରିଛନ୍ତି । ଭାରତ ୧୫.୫ ଓଭରରେ ୧୨୦ ରନ୍ କରି ୭ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ହାତେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ୍ ମାର୍କରମ ୪୬ ବଲ୍‌ରେ ୨ଟି ଛକା, ୬ଟି ଚଉକା ସହାୟତାରେ ସର୍ବାଧିକ ୬୧ ରନ୍ ସ୍କୋର୍ କରିଛନ୍ତି । ଡୋନୋଭାନ ଫେରେଇରା ୨୦ ରନ୍ ଓ ନର୍ଟଜେ ୧୨ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ୨ ଅଙ୍କ ସ୍କୋର୍ କରିବାରେ ବିଫଳ ହୋଇଛନ୍ତି ।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ