ଦକ୍ଷିଣ-ଆଫ୍ରିକାରେ ଟି-ଟ୍ୱେଣ୍ଟି ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଦକ୍ଷିଣ-ଆଫ୍ରିକାରେ ଟି-୨୦ ସିରିଜ ଜିତିଲା ଭାରତ । ଘରୋଇ ଦକ୍ଷିଣ ଆଫ୍ରିକାକୁ ୪ଟିକିଆ ଟି-୨୦ ସିରିଜରେ ୧/୩ରେ ମାତ ଦେଇଛି ସୂର୍ୟ୍ୟକୁମାର ଯାଦବଙ୍କ ଟିମ୍‌ ଇଣ୍ଡିଆ ।

ଜୋହାନ୍ସବର୍ଗରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ସଞ୍ଜୁ ସାମସନଙ୍କ ୧୦୯ ଓ ତିଳକ ବର୍ମାଙ୍କ ବିସ୍ଫୋରକ ୧୨୦ ରନ୍‌ ବଳରେ ଭାରତୀୟ ଟିମ୍‌ ବିଶାଳ ୨୮୩ ରନ୍‌ ସ୍କୋର ଛିଡ଼ା କରିଥିଲା। ଅର୍ସଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ଏକତରଫା ଭାବେ ପରାସ୍ତ ହୋଇଛି।

ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୪୮ ରନ୍‌ ସଂଗ୍ରହ କରି ପାରିଥିଲା। ଫଳରେ ଭାରତ ଶେଷ ଟି-୨୦କୁ ୧୩୫ ରନ୍‌ରେ ଜିତି ସିରିଜକୁ କବଜା କରିଛି। ସଞ୍ଜୁ ସାମସନଙ୍କ ପ୍ରଥମ ଛକା ସହିତ ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। କ୍ରିକେଟ୍ ର ସବୁଠାରୁ ଛୋଟ ଫର୍ମାଟରେ ୧୫୦୦ ରୁ ଅଧିକ ଛକା ମାରିବାରେ ଭାରତ ବିଶ୍ୱର ଦ୍ୱିତୀୟ ଦଳ ହୋଇପାରିଛି। ୱେଷ୍ଟଇଣ୍ଡିଜ୍ ନାମ ପ୍ରଥମ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୧୫୫୬ ଛକା ମାରିଛି।

ଏହି ମୁକାବିଲାରେ ରୋହିତ ଶର୍ମାଙ୍କ ଏକ ବିଶେଷ ରେକର୍ଡକୁ ସାମସନ୍ ସମାନ କରିଛନ୍ତି। ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ୮ କିମ୍ବା ଅଧିକ ଛକା ମାରିବାରେ ସେ ରୋହିତଙ୍କ ସହ ସମକକ୍ଷ ହୋଇଛନ୍ତି। ରୋହିତ ଏହି ସଫଳତା ତିନିଥର କରିଛନ୍ତି। ଜୋହାନ୍ସବର୍ଗରେ ସଞ୍ଜୁ ମଧ୍ୟ ଏହି ପ୍ରଦର୍ଶନ କରିଥିଲେ। ଏହି ତାଲିକାରେ ସୂର୍ୟ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୬ ଟି ଛକା ମାରିଛନ୍ତି।

ଏଥିସହିତ ସାମସନ୍ କେ.ଏଲ୍ ରାହୁଲ ଏବଂ ଇଶାନ୍ କିଶାନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଟିମ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ଭାରତ ପାଇଁ ସାମସନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଯେଉଁଠାରେ ଇଶାନ ଏବଂ ରାହୁଲ ୩-୩ ଅର୍ଦ୍ଧଶତକ ହାସଲ କରିଛନ୍ତି।

  • Related Posts

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

    Continue reading
    ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

    ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର