ଦକ୍ଷିଣ-ଆଫ୍ରିକାରେ ଟି-ଟ୍ୱେଣ୍ଟି ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଦକ୍ଷିଣ-ଆଫ୍ରିକାରେ ଟି-୨୦ ସିରିଜ ଜିତିଲା ଭାରତ । ଘରୋଇ ଦକ୍ଷିଣ ଆଫ୍ରିକାକୁ ୪ଟିକିଆ ଟି-୨୦ ସିରିଜରେ ୧/୩ରେ ମାତ ଦେଇଛି ସୂର୍ୟ୍ୟକୁମାର ଯାଦବଙ୍କ ଟିମ୍‌ ଇଣ୍ଡିଆ ।

ଜୋହାନ୍ସବର୍ଗରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ସଞ୍ଜୁ ସାମସନଙ୍କ ୧୦୯ ଓ ତିଳକ ବର୍ମାଙ୍କ ବିସ୍ଫୋରକ ୧୨୦ ରନ୍‌ ବଳରେ ଭାରତୀୟ ଟିମ୍‌ ବିଶାଳ ୨୮୩ ରନ୍‌ ସ୍କୋର ଛିଡ଼ା କରିଥିଲା। ଅର୍ସଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ଏକତରଫା ଭାବେ ପରାସ୍ତ ହୋଇଛି।

ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୪୮ ରନ୍‌ ସଂଗ୍ରହ କରି ପାରିଥିଲା। ଫଳରେ ଭାରତ ଶେଷ ଟି-୨୦କୁ ୧୩୫ ରନ୍‌ରେ ଜିତି ସିରିଜକୁ କବଜା କରିଛି। ସଞ୍ଜୁ ସାମସନଙ୍କ ପ୍ରଥମ ଛକା ସହିତ ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। କ୍ରିକେଟ୍ ର ସବୁଠାରୁ ଛୋଟ ଫର୍ମାଟରେ ୧୫୦୦ ରୁ ଅଧିକ ଛକା ମାରିବାରେ ଭାରତ ବିଶ୍ୱର ଦ୍ୱିତୀୟ ଦଳ ହୋଇପାରିଛି। ୱେଷ୍ଟଇଣ୍ଡିଜ୍ ନାମ ପ୍ରଥମ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୧୫୫୬ ଛକା ମାରିଛି।

ଏହି ମୁକାବିଲାରେ ରୋହିତ ଶର୍ମାଙ୍କ ଏକ ବିଶେଷ ରେକର୍ଡକୁ ସାମସନ୍ ସମାନ କରିଛନ୍ତି। ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ୮ କିମ୍ବା ଅଧିକ ଛକା ମାରିବାରେ ସେ ରୋହିତଙ୍କ ସହ ସମକକ୍ଷ ହୋଇଛନ୍ତି। ରୋହିତ ଏହି ସଫଳତା ତିନିଥର କରିଛନ୍ତି। ଜୋହାନ୍ସବର୍ଗରେ ସଞ୍ଜୁ ମଧ୍ୟ ଏହି ପ୍ରଦର୍ଶନ କରିଥିଲେ। ଏହି ତାଲିକାରେ ସୂର୍ୟ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୬ ଟି ଛକା ମାରିଛନ୍ତି।

ଏଥିସହିତ ସାମସନ୍ କେ.ଏଲ୍ ରାହୁଲ ଏବଂ ଇଶାନ୍ କିଶାନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଟିମ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ଭାରତ ପାଇଁ ସାମସନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଯେଉଁଠାରେ ଇଶାନ ଏବଂ ରାହୁଲ ୩-୩ ଅର୍ଦ୍ଧଶତକ ହାସଲ କରିଛନ୍ତି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ