
ନୂଆଦିଲ୍ଲୀ: ଦରମା ବଢାଇବା ଦାବିରେ ଉଗ୍ର ହେଲା ଆନ୍ଦୋଳନ । ପୁଲିସ୍-ଶ୍ରମିକ ମୁହାଁମୁହିଁ । ଗାଡ଼ି ଭାଙ୍ଗିବା ସହ ପୋଡାଜଳା । ଗ୍ରେଟର ନୋଏଡାରେ ଦରମା ବୃଦ୍ଧି ସହିତ ବିଭିନ୍ନ ଦାବିକୁ ନେଇ ଶ୍ରମିକଙ୍କ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ଘରୋଇ କମ୍ପାନୀଗୁଡିକର କର୍ମଚାରୀଙ୍କ ପ୍ରତିବାଦ ତୀବ୍ର ହୋଇଛି । ପୁଲିସ ଏବଂ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷ ଫଳରେ ଭଙ୍ଗାରୁଜା ଏବଂ ପୋଡ଼ାଜଳା ହୋଇଛି । ପୁଲିସ୍ ଗାଡି ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ ଶ୍ରମିକ । ଯାହା ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ ସ୍ପ୍ରେ କରିଛି ।
ନୋଏଡାର ଫେଜ୍ ୨ ଅଞ୍ଚଳରେ ଘରୋଇ କମ୍ପାନୀଗୁଡିକର କର୍ମଚାରୀମାନଙ୍କ ଦ୍ୱାରା ଚାଲିଥିବା ୩ ଦିନିଆ ପ୍ରତିବାଦ ହଠାତ୍ ହିଂସାତ୍ମକ ରୂପ ନେଇଛି । ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ପାଇଁ ସକାଳୁ ବହୁ ସଂଖ୍ୟକ କର୍ମଚାରୀ ରାସ୍ତାକୁ ଓହ୍ଲାଇଛନ୍ତି । ପୁଲିସ୍ ଭିଡ ନିୟନ୍ତ୍ରଣ ପାଇଁ ବଳ ପ୍ରୟୋଗ କରିଥିଲା । ହେଲେ ଉତ୍ତେଜନା କମିବା ପରିବର୍ତ୍ତେ ବଢିଥିଲା । ଉତ୍ତ୍ୟକ୍ତ ପ୍ରଦର୍ଶନକାରୀମାନେ ଗାଡି ଭଙ୍ଗାରୁଜା କରିବା ସହିତ ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।




