ଦିନେ ବିଜୁଙ୍କ ଗଡ଼ ଥିଲା କଟକ, ଏବେ ଦୁର୍ବଳ ହେଲା ଦୁର୍ଗ

ଭୁବନେଶ୍ୱର: ବିଜୁଙ୍କ ଗଡ କଟକରେ ବିଜେଡି ଦୁର୍ବଳ। ଶୋଇପଡିଛି ସଙ୍ଗଠନ, ଆଗଭଳି ତତ୍ପରତା ଦେଖାଉନାହାନ୍ତି ଆଗଧାଡିର ନେତୃତ୍ବ । ଏହାଭିତରେ ନବୀନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ପ୍ରଭାତ ଆଣ୍ଡ କୋ। ପଣ କରିଛନ୍ତି, ବିଜେଡିକୁ କଟକରେ ଶୂନ କରିଦେବେ। ଅନ୍ୟପଟେ ମୋକିମଙ୍କ ନୂଆ ଦଳର ଏଣ୍ଟ୍ରି କଟକ ରାଜନୀତିକୁ ସମ୍ପୂର୍ଣ୍ଣ ଗୋଳମାଳିଆ କରିଦେଇଛି ।
୨୦୨୪ରେ କଟକ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ ନିର୍ବାଚନମଣ୍ଡଳୀରୁ ୪ ଆସନ ବିଜେଡି ହାତରୁ ଖସିଯାଇଥିଲା। ହେଲେ କ୍ରସ ଭୋଟିଂକୁ ନେଇ କାର୍ୟ୍ୟାନୁଷ୍ଠାନ ପରେ କଟକରେ ବିଜେଡିକୁ ଲାଗିଛି ବଡ ଝଟକା। କେବଳ ଆଠଗଡକୁ ଛାଡିଦେଲେ ଅନ୍ୟ ନିର୍ବାଚନମଣ୍ଡଳୀରେ ଅସ୍ତିତ୍ବ ବଞ୍ଚାଇବାକୁ ଲଢୁଛି ବିଜେଡି। ସଙ୍ଗଠନ ଧରାଶାୟୀ, ନେତୃତ୍ବର ଘୋର ସଙ୍କଟ ଭିତରେ ଧନ୍ଦି ହେଉଛି ଦଳ। ଖାସକରି ପୁଅଙ୍କ ନିଲମ୍ବନର ପ୍ରତିଶୋଧ ନେବାକୁ ଦୁଇ ପ୍ରଭାତଙ୍କ ପଣ ବିଜେଡି ସଙ୍ଗଠନରେ ଘଳିଆ ପକାଇଲାଣି। କର୍ପୋରେଟରଙ୍କ ମେଳି ଏହାର ବଡ ସଂକେତ ଦେଇଛି। ସେହିଭଳି ୨୪ ନିର୍ବାଚନରେ ଶକ୍ତ ଧକ୍କା ଖାଇବା ପରେ କଟକ-ବାରବାଟୀରେ ଅଣ୍ଟା ସଳଖି ଛିଡା ହୋଇପାରୁନି ବିଜେଡି। ଏମିତିରେ ଦୋମୁହାଁ ନୀତି ପାଇଁ ଦେବାଶିଷଙ୍କୁ ମଧ୍ୟ ଭରସିପାରୁନି ଦଳ। ମୋକିମ ମଧ୍ୟ କଂଗ୍ରେସରୁ ଅଲଗା ହୋଇ ନୂଆ ଦଳ ଗଢିବା ଓ ସୋଫିଆଙ୍କ ବିଦ୍ରୋହ କଟକ ରାଜନୀତିର ଅଙ୍କକୁ ଓଲଟପାଲଟ କରିଛି ।

ଭେଟରାନ ପ୍ରଭାତ ଯୋଡି କଟକରେ ବିଜେଡିକୁ ଅକଳରେ ପକାଇଛନ୍ତି। ହେଲେ ଦଳକୁ ସୁରକ୍ଷା ଦେବାକୁ ସାମ୍ନାକୁ ଆସୁନାହାନ୍ତି ପୁରୁଖା। ୨୪ ନିର୍ବାଚନରେ ପରାଜୟ ପରେ ଶଙ୍ଖ ଭବନରେ ନିଜକୁ ସୀମିତ ରଖିଛନ୍ତି କଟକର ଟାଣୁଆ ନେତା ଦେବୀ ମିଶ୍ର। କଟକ କଥା ଛାଡନ୍ତୁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ କଦବା କ୍ବଚିତ୍ ଦେଖା ଦେଉଛନ୍ତି ଦେବୀ । ରୋକଠୋକ କହି ଦଳକୁ ଅଡୁଆରେ ପକାଉଥିବା ବିଧାୟକ ରାଜା ସ୍ବାଇଁ ଆଠଗଡରୁ ଆଗକୁ ବଢିବାକୁ ଚାହୁନାହାନ୍ତି। କଟକରେ ବିଜେଡି ସଙ୍ଗଠିତ ହେଉ ସେଭଳି ମନୋବୃତ୍ତି ଦଳୀୟ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳୁନି। ଅନ୍ୟପଟେ କଟକରେ ସଙ୍ଗଠନକୁ ସଜାଡିବାକୁ ପାଖ ନିର୍ବାଚନମଣ୍ଡଳୀର ପ୍ରତାପଙ୍କୁ ଭରସିଛନ୍ତି ନବୀନ । କଟକରେ ବିଜେଡିର ଏଭଳି ଦଶା, ବିଜେପି କି କଂଗ୍ରେସକୁ ସେତେଟା ଲାଭ ଦେଇନପାରେ। ହେଲେ ମୋକିମଙ୍କ ନୂଆ ଦଳ ଓ ଦୁଇ ପ୍ରଭାତଙ୍କ ବିଜୁ ଲିଗାସୀ ଫର୍ମୁଲା କଟକ ରାଜନୀତିକୁ ଗୋଳମାଳିଆ ନିଶ୍ଚୟ କରିବ।

  • Related Posts

    ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ:ବିଜୟ ମହାପାତ୍ର

    ଭୁବନେଶ୍ଵର : ବିଜୁ ବାବୁଙ୍କୁ ନେଇ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ବରିଷ୍ଠ ବିଜୟ ମହାପାତ୍ର। କହିଲେ, ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ। ଜଣେ ଦାୟିତ୍ଵ ସମ୍ପନ୍ନ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି…

    Continue reading
    ‘ଓଡ଼ିଶାର ଭୂମିପୁତ୍ର ଓ ଜାତୀୟ ନେତାଙ୍କ ପ୍ରତି ଏକ ନିର୍ଲଜ ଆଘାତ’

    ଭୁବନେଶ୍ବର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ବାବୁଙ୍କ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । ନିଶିକାନ୍ତଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ