
ଭୁବନେଶ୍ୱର, : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ପ୍ରେସମିଟ୍ । ବନ୍ୟାସ୍ଥିତି ଅପଡେଟ୍ ନେଇ ଦେଲେ ସୂଚନା । ମୁଣ୍ଡଳୀରେ ମହାନଦୀ ବନ୍ୟାଜଳ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି । ଦିନ ୧୧ଟା ବେଳକୁ ମୁଣ୍ଡଳୀରେ ୬ ଲକ୍ଷ ୧୬ ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି । ଏହା ପରେ ଜଳସ୍ତର ଧିରେ ଧିରେ କମିବ ବୋଲି ଆଶା କରାଯାଉଛି । ସେହିପରି ନରାଜ, କୁଶଭଦ୍ରାଠାରେ ମହାନଦୀ ବିପଦ ସଙ୍କେତ ତଳେ ରହିଛି ।
ହାରାକୁଦ୍ ଗେଟ୍ ଖୋଲିଥିବାରୁ ମହାନଦୀର ଜଳସ୍ତର ଫୁଲିବାରେ ଲାଗୁଛି । ହୀରାକୁଦରେ ୪ ଟି ଗେଟ୍ ବନ୍ଦ ହୋଇଥିବା ବେଳେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଜିଲ୍ଲା ପ୍ରଶାସନ ସହ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ଅଛି । ଯେ କୌଣସି ପ୍ରକାର ପରିସ୍ଥିତି ଉପୁଜିଲେ ଆମେ ପ୍ରସ୍ତୁତ ଅଛୁ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ ।




