ଦିଲ୍ଲୀ ଗଲେ ନବୀନ

ଭୁବନେଶ୍ୱର: ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କର ମଙ୍ଗଳବାର ହାର୍ଟ ଅସ୍ତ୍ରୋପଚାର ହୋଇଥିଲା । ବଡ଼ଭାଇ ପ୍ରେମଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ତାଙ୍କୁ ଭେଟିବା ପାଇଁ ନବୀନ ଦିଲ୍ଲୀ ଯାଉଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର।
ସେ କହିଛନ୍ତି, ନବୀନ ପଟ୍ଟନାୟକ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗଲେ ନବୀନ ବାବୁ। ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ।ସଂସଦୀୟ ଦଳ ନେତା ଚୟନ ପ୍ରସଙ୍ଗରେ ଦେବୀ କହିଛନ୍ତି, ସିଏ ସୁପ୍ରିମୋ। ନିଷ୍ପତ୍ତି ତାଙ୍କର। ହେଲେ ହସ୍ପିଟାଲରେ ଭାଇଙ୍କୁ ଭେଟିବା ପ୍ରାଥମିକତା ବୋଲି କହିଛନ୍ତି।

ଏୟାରପୋର୍ଟରେ ବିଜେଡି ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ରାଉତ, ସଞ୍ଜୟ ଦାଶବର୍ମା, ସାଲୁକା ପ୍ରଧାନ, ଟୁକୁନି ସାହୁ।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

    ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି । । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି…

    Continue reading
    ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା

    ଭୁବନେଶ୍ଵର : ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା। ଗୁରୁବାର ରାତିରେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । କମିଟିରେ ୭୨ ଜଣ ସଦସ୍ୟ ଅଛନ୍ତି । ଏଥିସହ ୩୮ ଜଣ ସ୍ୱତନ୍ତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ