
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତିି ମନମୋହନ ସାମଲ ବୁଧବାର ଦିଲ୍ଲୀ ଯାଇଛନ୍ତି । ଏହି ଅବସରରେ ସେ କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଉ ଏହାରି ଭିତରେ ଶ୍ରୀ ସାମଲଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ ଦିଲ୍ଲୀରେ ରାଜ୍ୟ କମିଟି, ବୋର୍ଡ ନିଗମ ନେଇ ଆଲୋଚନା ହୋଇପାରେ ।
ଆସନ୍ତା ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ । ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ, କେନ୍ଦ୍ରୀୟ ନେତାଙ୍କ ଗ୍ରୀନ ସିଗନାଲ ମିଳିବା ପରେ ଖୁବଶୀଘ୍ର ପ୍ରଥମେ ନିଗମ ଓ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରେ କିଏ ଇନ୍ ଓ କିଏ ହେବେ ଆଉଟ୍, ତାକୁ ନେଇ ଚାଲିଛି ମାନସ ମନ୍ଥନ ।