ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସୁଛନ୍ତି । 2 ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ୩ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ମୟୂରଭଞ୍ଜ, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ମାରାଥନ ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ରାଇରଙ୍ଗପୁର ପୋଲିସ ଜିଲ୍ଲା ଓ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଉଦଘାଟନ କରିବେ । ଏହା ସହିତ ରାଷ୍ଟ୍ରପତି ପୋଲିସ କଲର ସମ୍ମାନ ପ୍ରଦାନ ସହ ସୁନ୍ଦରଗଡ଼ ଠାରେ ଏକ ଟ୍ରାଇବାଲ ମ୍ୟୁଜିୟମ ଉଦଘାଟନ କରିବ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ମୟୂରଭଞ୍ଜର ରାଇରଙ୍ଗପୁରରେ 2ଟି କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତି ଓଡ଼ିଶା ପୋଲିସ ଦ୍ବାରା ପ୍ରସ୍ତାବିତ ରାଇରଙ୍ଗପୁର ଜିଲ୍ଲା ପୋଲିସ କାର୍ଯ୍ୟଳୟକୁ ଶୁଭ ଉଦ୍‌ଘାଟନ କରିବେ । ଏହା ସହିତ ନବନିର୍ମିତ ରାଇରଙ୍ଗପୁର ଏସ୍‌ପିଙ୍କ କାର୍ଯ୍ୟାଳୟର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୟୂରଭଞ୍ଜ ଜିଲ୍ଲାର ସାଂସଦ ଓ ବିଧାୟକ ମାନେ ଉପସ୍ଥିତ ରହିବେ । ସେହିପରି ଓଡ଼ିଶା ପୋଲିସକୁ ନୂତନ ଭାବେ ମିଳିଥିବା ‘ରାଷ୍ଟ୍ରପତି ପୋଲିସ କଲର ସମ୍ମାନ’କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ଗତ ଏପ୍ରିଲ ୧ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପୋଲିସର ‘ରାଷ୍ଟ୍ରପତି ପୋଲିସ କଲର ସମ୍ମାନ’ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ପୋଲିସ ଡିଜି ୱାଇ.ବି ଖୁରାନିଆ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଷ୍ଟ୍ରପତିଙ୍କ ପୋଲିସ କଲର୍ସ ଆୱାର୍ଡ଼ ପ୍ରଦର୍ଶନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡିକେ ସିଂ ଉପସ୍ଥିତ ଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ସମୟରେ ରାଉରକେଲା ଗସ୍ତର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ହକି ଛକ ନିକଟରେ ପ୍ରାୟ ୧୦୦ କୋଟି ବ୍ୟୟ ଅଟକଳରେ ରାଉରକେଲା ୱାନ ପ୍ରକଳ୍ପ ନିର୍ମାଣ ହୋଇଛି । ରାଉରକେଲା ୱାନରେ ଜନଜାତି ସଂଗ୍ରହାଳୟ ଓ ଅଡିଟୋରିୟମ ପ୍ରସ୍ତୁତ ହୋଇଛି । ପ୍ରସ୍ତୁତ ହୋଇଥିବା ଜନଜାତି ସଂଗ୍ରହାଳୟକୁ ରାଷ୍ଟ୍ରପତି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସଂଗ୍ରହାଳୟ ବର୍ତ୍ତମାନ ରାଉରକେଲା ସ୍ମାର୍ଟ ସିଟି ଅଧୀନରେ ଥିବାବେଳେ ଉଦଘାଟନ ପରେ ଏହା ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ହସ୍ତାନ୍ତର କରାଯିବ । ସଂଗ୍ରହାଳୟରେ ଜନଜାତି ଲୋକଙ୍କ ବିବିଧ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବ୍ୟବସ୍ଥାକୁ ନେଇ କଳାକୃତି ସ୍ଥାପିତ କରାଯାଇଛି । ଏଥିରେ ଜାତିଗତ କଳା, ପାରମ୍ପରିକ କଳାକୃତି ଏବଂ ସାଂସ୍କୃତିକ ଉପାଦାନ ଗୁଡ଼ିକର ପ୍ରଦର୍ଶନ କରାଯାଇଛି ।

  • Related Posts

    ମେ ୫ରୁ ପିଜି ପ୍ରବେଶିକା ପରୀକ୍ଷା

    ଭୁବନେଶ୍ବର: ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା।୫ ମେ’ ୨୦୨୬ ରିଖ ଠାରୁ ୧୬ ମେ’ ୨୦୨୬ ରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଏସଏସବି) ପକ୍ଷରୁ…

    Continue reading
    ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତି:ଆଇନ ମନ୍ତ୍ରୀ

    ଭୁବନେଶ୍ୱର: ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତି। ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଅଳଙ୍କାରର ଗଣତି ଓ ମଣତି ପ୍ରକ୍ରିୟା। ପ୍ରଥମ ପର୍ୟ୍ୟାୟରେ ଏହା ୪ ଦିନ ଧରି ଚାଲିବାକୁ ଥିବା ବେଳେ, ୧୩ ତାରିଖରୁ ଆଉ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ