ଦୁଇ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଆହତ

ପାଗା : ସାଲେପୁର ଥାନା ଅନ୍ତର୍ଗତ କଟକ ସାଲେପୁର ରାସ୍ତାର ଭାତପଡା ଛକ ନିକଟରେ ଆଜି ସକାଳେ ଦୁଇଟି ଘରୋଇ ବସ ମଧ୍ୟରେ ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ଗ୍ରସ୍ତ ଉଭୟ ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଏବଂ ଅଧିକାଂଶ ଯାତ୍ରୀ ଆହତ ହୋଇଛନ୍ତି ସେଥିମଧ୍ୟରୁ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଆଜି ସକାଳେ ମହାଲକ୍ଷ୍ମୀ ଓ ପପୁ ନାମକ ଦୁଇ ଗୋଟି ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାତ୍ରା କରି ଥିଲେ। ତେବେ କିଏ ଆଗାମୀ ଷ୍ଟପେଜରେ ପ୍ରଥମେ ପହଞ୍ଚିବ ସେ ନେଇ ପ୍ରତିଯୋଗିତା ମୂଳକ ଦ୍ରୃତ ଗାଡ଼ି ଚାଳନା ମନୋଭାବ ରଖି ଗାଡ଼ି ଚଲାଇବା ଯୋଗୁଁଁ ଏହିଭଳି ଅବସ୍ଥା ଉପୁଜିଥିବା ଜଣାପଡ଼ିଛି। ମହାଲକ୍ଷ୍ମୀ ନାମକ ବସ ପପୁ ବସ୍ କୁ ହଠାତ ଭାତପଡାଠାରେ ଦ୍ରୃତ ଗତିରେ ଓଭର ଟେକ୍ କରିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବସ୍ ମାଲିକ ମାନଙ୍କର ଟାଇମିଙ୍ଗ ଓ ଅଧିକ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ଏବଂ ପ୍ରତିଯୋଗିତା ମୂଳକ ଗାଡ଼ି ଚାଳନା ମନୋଭାବ ହିଁ ଏହି ଭଳି ଦୂର୍ଘଟଣାର କାରଣ ବୋଲି ଆହତ ଯାତ୍ରୀ କହିଛନ୍ତି। ତେବେ ଯାତ୍ରୀମାନଙ୍କ ଜୀବନକୁ ନେଇ ଏଭଳି ଖେଳ ଖେଳୁଥିବା ଥିବା ଏବଂ କମ୍ ସମୟ ମଧ୍ୟରେ ଅଧିକ ଅର୍ଥ ରୋଜଗାର କରିବାର ପ୍ରତିଯୋଗିତା ମନୋଭାବ ପୋଷଣ କରୁଥିବା ଡ୍ରାଇଭର ଓ ସଂପୃକ୍ତ ଗାଡ଼ି ମାଲିକଙ୍କ ଉପରେ ପ୍ରଶାସନର ରୋକ୍ ଲଗାଇବା ଅତି ଜରୁରୀ ହୋଇ ପଡ଼ିଛି। ବୋଲି ଯାତ୍ରୀ କହିଛନ୍ତି।

  • Related Posts

    ସୋମବାରଠୁ ଭିତର ରତ୍ନଭଣ୍ଡାର ଗଣତି ମଣତି

    ପୁରୀ: ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି। ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି। ଆସନ୍ତା…

    Continue reading
    କ୍ୟାବିନେଟ ନିଷ୍ପତ୍ତି : କେନ୍ଦୁଝର ଜିଲ୍ଲାରେ ୧୬୪୭କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀଡ୍ ସବଷ୍ଟେସନ

    ଭୁବନେଶ୍ୱର: ରାଜ୍ୟରେ ଶକ୍ତି, ପରିବହନ ଓ ପାନୀୟ ଜଳ କ୍ଷେତ୍ର ସମେତ ୫ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦୁଝରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ