
ଭଞ୍ଜନଗର: ଦଣ୍ଡ ନାଚ ଦେଖିବାକୁ ଆସି ଦୁଇ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଗଞ୍ଜାମ ସୋରଡା ଥାନା ପୋଡାଖାରି ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଗୋବିନ୍ଦପୁର ଗାଁର ଗୁରୁଦେବ ପ୍ରଧାନ , ଚାଞ୍ଚରାପଲ୍ଲୀ ଗାଁର ବଳିଆ ମଲ୍ଲିକ। ଗୁରୁତରମାନେ ହେଲେ ସୋରଡ଼ାର ଗାୟତ୍ରୀ ମଲ୍ଲିକ, ବହଗାପଲ୍ଲିର ପିଣ୍ଟୁ ମଲ୍ଲିକ ଓ ଲାଠିପଡ଼ାର ଜିତୁ ସେଠୀ ।




