ଦୁଇ ହାର୍ଡକୋର ମାଓବାଦୀ ଗିରଫ

ରାଉରକେଲା : ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରୁ ରବିବାର ଦିନ ୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ। ଗତ ମେ ୨୭ ତାରିଖରେ ସୁନ୍ଦରଗଡ଼ କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଲୁଟ ହୋଇଥିବା ବିସ୍ଫୋରକ ଘଟଣାରେ ଗିରଫ ଏହି ଦୁଇ ଜଣ ସାମିଲ ଥିଲେ। ଝାଡ଼ଖଣ୍ଡ ପଶ୍ଚିମ ସିଂ ଭୂମି ଯରେଇକେଲା ଥାନା ସରଣ୍ଡା ଜଙ୍ଗଲରେ ମାଓବାଦୀ ଲୁଚି ରହିଥିଲେ। ଏନେଇ ଖବର ପାଇ ସିଆରପିଏଫ୍, କୋବ୍ରା ବାହିନୀ ମିଳିତ ଭାବରେ ସରଣ୍ଡା ଜଙ୍ଗଲରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାବାହିନୀକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଖସିଯାଇଥିବା ବେଳେ ୨ ହାର୍ଡକୋର୍ ମାଓବାଦୀ ଧରାପଡ଼ିଥିଲେ। ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ। ସନ୍ଦୀପର ଘର ଛତିଶଗଡ଼ ବିଜାପୁରରେ। ସେ ୧୦ ବର୍ଷ ହେଲା ମାଓ ସଂଗଠନରେ ସକ୍ରିୟ ଥିଲା । ସେହିପରି ଶିବୁର ଘର ଝାଡ଼ଖଣ୍ଡ ସଢେଇକଳା କୁଚାଇ ଅଞ୍ଚଳରେ। ସନ୍ଦୀପ ନାଁରେ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ୩୫ଟି ମାଓ ହମଲା ମାମଲା ଥିବା ବେଳେ ଶିବୁ ନାଁରେ ୯ ଟି ମାମଲା ଅଛି। ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ୧୧ ରାଉଣ୍ଡ ଜୀବନ୍ତ ଗୁଳି, ଦୁଇଟି ମାଗାଜିନ୍, ଦୁଇଟି ୱାକିଟକି, ଡେଟୋନେଟର ସହ ଓଋଊ ପ୍ରସୂତ ସାମଗ୍ରୀ ଜବତ ହୋଇଛି। ସରଣ୍ଡା ଜଙ୍ଗଲରେ ଏବେବି କମ୍ବିଂ ଅପରେସନ ଚାଲିଛି।

  • Related Posts

    ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ

    ​​​​​​​ବାଙ୍ଗିରିପୋଷି: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ। ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଉଳଘୋରୀ ଗାଁରେ ଘଟିଛି ଏହି ଅଘଟଣ। ମୃତ ମହିଳା ଜଣକ ହେଲେ ମୀନା ସିଂ(୨୭)।ପାରିବାରିକ କଳହକୁ ନେଇ ମଙ୍ଗଳବାର ବିଳମ୍ୱିତ ରାତିରେ ବୀର…

    Continue reading
    ଭରତପୁରରେ ଖଣ୍ଡା ଧରି ବୁଲୁଛନ୍ତି ଦୁର୍ବୃତ୍ତ

    ଭୁବନେଶ୍ଵର : ପାର୍ବଣ ଆସିଲା ଲୁଟେରା ମାତିଲେ । ହାତରେ ଖଣ୍ଡା ଧରି ରାତିରେ ବୁଲୁଛନ୍ତି ଦୁର୍ବୃତ୍ତ। ଘରେ ପଶି ଲୁଟୁଛନ୍ତି । କୌଣସି ପ୍ରତିବନ୍ଧକ ହେଲେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ସେମାନେ। ଭୁବନେଶ୍ଵର ଖଣ୍ଡଗିରି ଭରତପୁର ଥାନା ଅଞ୍ଚଳରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ