ପଞ୍ଜାବ,02/09: ଏକ ଦୁଷ୍କର୍ମ ମାମଲାରେ ପଞ୍ଜାବର ଆପ ବିଧାୟକ ହରମିତ ସିଂ ପଠାନମାଜରାଙ୍କୁ ଗିରଫ କରାଯିବା ପରେ ତାଙ୍କ ସମର୍ଥକ ପୁଲିସକୁ ଗୁଳି କରି ତାଙ୍କୁ ଖସାଇ ନେଇଛନ୍ତି। ଏପରି କି ବିଧାୟକ ଏକ ଏସୟୁଭିରେ ଫେରାର ହେବା ସମୟରେ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଯାହା ଫଳରେ ସମ୍ପୃକ୍ତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ପୁଲିସ ବିଧାୟକଙ୍କୁ ଗିରଫ କରି ସ୍ଥାନୀୟ ଥାନାକୁ ନେବା ସମୟରେ ଏହି ଘଟଣା ଘଟିଛି। ଏକ ଦୁଷ୍କର୍ମ ମାମଲାରେ ହରମିତଙ୍କୁ ପଟିଆଲାରେ ଅଟକ ରଖାଯାଇଥିଲା। ତାଙ୍କୁ ଅଟକ ରଖାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଦଳର ମୁଖ୍ୟକୁ ସାମାଜିକ ଗଣମାଧ୍ୟମରେ କଡ଼ା ସମାଲୋଚନା କରିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ନିଜ ସରକାର ବିରୋଧରେ ସ୍ଵର ଉତ୍ତୋଳନ କରିବାରୁ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହା ସହିତ ସେ ନିଜ ସମର୍ଥକଙ୍କୁ ବହୁ ସଂଖ୍ୟାରେ ପଟିଆଲାରେ ଏକାଠି ହେବାକୁ କହିଥିଲେ। ପୁଲିସ ତାଙ୍କୁ ଥାନାକୁ ନେବା ସମୟରେ ସମର୍ଥକମାନେ ପୁଲିସ ଉପରକୁ ଗୁଳି କରି ହରମିତଙ୍କୁ ଛଡ଼ାଇ ନେଇଥିଲେ।
ଟ୍ରମ୍ପଙ୍କ ‘ଷଡ଼ଯନ୍ତ୍ର’ ଅଭିଯୋଗ ଖଣ୍ଡନ କଲା ରୁଷ
ବେଜିଂ,04/09: ରୁଷର କ୍ରେମଲିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ରୁଷ, ଚୀନ ଓ ଉତ୍ତର କୋରିଆ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ୍ରେମଲିନ କହିଛି, ଏପରି କୌଣସି ଯୋଜନା ନାହିଁ। ଚୀନରେ…