ଦେବୀ ରଞ୍ଜନଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

କଟକ : ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ରାଜ୍ୟସଭାରେ କ୍ରସ୍‌ଭୋଟିଂ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚକ୍‌ମା ଦେଇଛନ୍ତି । ଏକଦା ବିଜେଡିର ‘ଯୁବ ସେନାପତି’ ବୋଲାଉଥିବା ଦେବୀଙ୍କ ଏଭଳି ଆକ୍ସନ୍‌ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ଭୁଲ୍‌ ପ୍ରମାଣିତ କରିଛି । ଦଳ ହ୍ୱିପ୍‌ ବିରୋଧରେ ଯାଇଥିବାରୁ ବିଜେଡି ଶିବିରରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଇଛି । କିନ୍ତୁ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଜେଡି ଶିବିର ତାଙ୍କ ବିଧାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ଦେବୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଚାଲିଛି । ବିଧାୟକଙ୍କ ଶିବିରର ସମର୍ଥକ ମାନେ ରାଜ୍ୟସଭା ଭୋଟ୍‌ ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ କରିବାକୁ ଝାଳବୁହା ପରିଶ୍ରମ କରି ବିଭିନ୍ନ ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପ୍‌ର ସ୍କ୍ରିନ୍‌ସଟ୍‌ ସହିତ କିଛି ଭିଡିଓ ବୁଲାଉଛନ୍ତି । ଏଭଳି ସ୍ଥିତିରେ ବାଙ୍କୀରେ ବିରୋଧୀମାନେ ଏ ସୁଯୋଗର ଫାଇଦା ନେବାକୁ ରାଜନୈତିକ ଗୋଟି ଚଳାଇଛନ୍ତି ।
ବାଙ୍କୀର କଂଗ୍ରେସ ନେତା ଡ. ଦେବାଶିଷ ପଟ୍ଟନାୟକଙ୍କ ଶିବିର ତରଫରୁ କଚେରୀ ପଡ଼ିଆରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବିଜେଡି ବିଧାୟକଙ୍କ କ୍ରସ୍‌ଭୋଟିଂକୁ ବିରୋଧ କରାଯାଇଛି । ଆଜି ଦେବାଶିଷ ବାଙ୍କୀରେ ଏନେଇ ମତ ରଖିବେ ବୋଲି ଶୁଣାଯାଉଛି । ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ବାଙ୍କୀରେ ପୁଣି କଂଗ୍ରେସ ଶିବିର ସକ୍ରିୟ ହୋଇଥିବା ବେଳେ ରାଜନୈତିକ ମାହୋଲ ସରଗରମ ହୋଇଛି । ଅନ୍ୟପକ୍ଷରେ ବାଙ୍କୀର ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ରାଜ୍ୟସଭା ନିର୍ବାଚନରେ ବିଧାୟକ ଦେବୀରଞ୍ଜନ ଦିଲ୍ଲୀପଙ୍କୁ ଭୋଟ୍‌ ଦେବା ଘଟଣାକୁ ସ୍ୱାଗତ କରିଥିଲେ ମଧ୍ୟ କଟାକ୍ଷ କରି ଖେଞ୍ଚିଛନ୍ତି । ଶୁଭ୍ରାଂଶୁ କହିଛନ୍ତି, ଯେତେବେଳେ ନଈ ବଢ଼େ ମୀନଠୁ ମଗରଯାଏ ସମସ୍ତେ ସୁଅରେ ପଳାନ୍ତି । ଭାରତୀୟ ଜନତା ପାର୍ଟି ପ୍ରତି ବିଶ୍ୱାସ ବଢୁଛି । ସେଥିପାଇଁ ବିଜେଡି ନେତୃତ୍ୱ ଉପରୁ ତାଙ୍କ ବିଧାୟକମାନଙ୍କ ବିଶ୍ୱାସ ଉଠିଗଲାଣି । ତାଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ । ତେଣୁ ସେମାନେ ବିଜେପି ସୁଅରେ ପାରି ହେବାକୁ ଚାହୁଛନ୍ତି ବୋଲି କହି ପରୋକ୍ଷରେ ଦେବୀରଞ୍ଜନଙ୍କୁ କଟାକ୍ଷ କରିଛନ୍ତି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ