ଦେହରେ କିରୋସିନି ଢାଳି ହୋଇ ଜଳିଗଲେ ଯୁବତୀ

ଆସିକା : ନିଜକୁ ନିଜେ ଜାଳି ଦେବାକୁ ଉଦ୍ୟମ କଲେ ଯୁବତୀ। ଦେହରେ କିରୋସିନି ଢାଳି ହୋଇ ଜଳିଗଲେ ଯୁବତୀ। ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଭେଟନଈ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଯୁବତୀ ଜଣଙ୍କ କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ ? ଆତ୍ମହତ୍ୟା ଉଦ୍ୟମ କରିବାର କାରଣ ଅସ୍ପଷ୍ଟ ରହିଛି। ଏନେଇ ପୁଲିସ ଛାନଭିନ୍ ଚଳାଇଛି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଭେଟନଈ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝିଅ ଜଳିଯାଉଥିବା ବେଳେ ପରିବାର ଲୋକେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ନିଆଁ ଲାଗି ଯୁବତୀଙ୍କ ଦେହରେ ୬୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି। ଆତ୍ମହତ୍ୟା ଉଦ୍ୟମ କରିବାର କାରଣ ଅସ୍ପଷ୍ଟ ରହିଛି। ଏନେଇ ପୁଲିସ ଛାନଭିନ୍ ଚଳାଇଛି।

  • Related Posts

    ହାଇକୋର୍ଟ ଗେଟ୍ ଆଗରେ ୩୪ ପୋଡି ପାଉଁଶ

    କଟକ: ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…

    Continue reading
    ଶ୍ଵାସରୁଦ୍ଧ ହୋଇ ୨ ମୃତ

    ସମ୍ବଲପୁର: ଆଜି ସକାଳ ପ୍ରାୟ ୯ଟାରେ ବାମରା ବ୍ଲକ କେଶାଇବାହାଲ ଠାରେ ନୂତନ ଭାବେ ତିଆରି ହୋଇଥିବା ଶୌଚାଳୟ ଟାଙ୍କି ଭିତରକୁ ପଶି ସେଣ୍ଟରିଂ ଖୋଳୁଥିବା ବେଳେ ୪ଜଣ ଗୁରୁତର ହୋଇ ପଡ଼ିଥିଲେ । ସେଥି ମଧ୍ୟରୁ ୨ ଜଣ ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ