ଦ୍ବିତୀୟ ଟି୨୦ ଜିତିଲା ଦକ୍ଷିଣ ଆଫ୍ରିକା

କ୍ବେବେରା: ସ୍ପିନର ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍‌ ନେଇଥିଲେ ହେଁ ରବିବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତଙ୍କୁ ଜିତାଇ ପାରିନାହାନ୍ତି। ଟ୍ରିଷ୍ଟାନ୍ ଷ୍ଟବ୍‌ସ ଓ ଜେରାଲ୍‌ଡ କୋଏଜିଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ୩ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ଭୋଗି ଭାରତ ୬ ୱିକେଟ୍‌ରେ ୧୨୪ ରନ୍‌ କରିଥିଲା। ପରେ ୬ଟି ବଲ୍‌ ବାକିଥାଇ ୭ ୱିକେଟ୍‌ ହରାଇ ଘରୋଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ଫଳରେ ୪ ମ୍ୟାଚ୍‌ର ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି। ବୁଧବାର ୩ୟ ମ୍ୟାଚ୍‌ ଖେଳାଯିବ।
ଦକ୍ଷିଣ ଆଫ୍ରିକା ୧୨୫ ରନ୍‌ର ପିଛାକରି ଓପ୍‌ନିଂ ଯୋଡ଼ିରେ ୨୨ ରନ୍‌ କରିଥିଲା। ରିୟାନ୍ ରିକେଲ୍‌ଟନ ୧୧ ବଲ୍‌ରୁ ୨ଟି ଚୌକା ସହ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ବରୁଣ ଚକ୍ରବର୍ତ୍ତୀ କ୍ରମାଗତ ୫ଟି ୱିକେଟ୍‌ ନେଇ ଭାରତକୁ ମ୍ୟାଚ୍‌ରେ ରଖିଥିଲେ। ଅଧିନାୟକ ଐଡେନ ମାର୍କରାମ ୩ ରନ୍‌କରି ବିଦାୟ ନେଇଥିଲେ। ୮ମ ଓଭର ପର‌୍ୟ୍ୟନ୍ତ କ୍ରିଜ୍‌ରେ ଥିବା ରିଜା ହେଣ୍ଡ୍ରିକ୍‌ସ ୨୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୪ ରନ୍‌କରି ଆଉଟ୍‌ ହୋଇଥିଲେ। ବ୍ୟାଟିଂରେ ପଦୋନ୍ନତି ପାଇଥିବା ମାର୍କୋ ୟାନ୍‌ସେନ ୭ ରନ୍‌କରି ଆଉଟ୍‌ ହୋଇଥିଲେ। ହେନ୍‌ରିକ କ୍ଲାସେନ୍ ୨ ରନ୍‌କରି ୱିକେଟ୍‌ ଫିଙ୍ଗିଥିଲେ। ପରବର୍ତ୍ତୀ ବଲ୍‌ରେ ଡେଭିଡ୍‌ ମିଲର ବୋଲ୍‌ଡ ହୋଇ ବରୁଣଙ୍କୁ ୫ମ ୱିକେଟ୍‌ ଦେଇଥିଲେ। ୬୬ ରନ୍‌ରେ ୬ଟି ୱିକେଟ୍‌ ପଡ଼ିବା ପରେ ଟ୍ରିଷ୍ଟାନ୍ ଷ୍ଟବ୍‌ସ ଓ ଆନ୍ଦିଲେ ସିମିଲାନେ ୨୦ ରନ୍‌ ଯୋଡ଼ିବା ପରେ ସିମିଲାନେ ୭ ରନ୍‌କରି ବିଦାୟ ନେଇଥିଲେ। ୪ ଓଭରରୁ ଦକ୍ଷିଣ ଆଫ୍ରିକା ୩୭ ରନ୍‌ ଆବଶ୍ୟକ କରୁଥିବା ବେଳେ ପରବର୍ତ୍ତୀ ୨ ଓଭରରୁ ୨୪ ରନ୍‌ ହୋଇଥିଲା। ଟ୍ରିଷ୍ଟାନ୍ ଷ୍ଟବ୍‌ସ ଓ ଜେରାଲ୍‌ଡ କୋଏଜି ଅବିଭାଜିତ ୮ମ ୱିକେଟ୍‌ ପାଇଁ ୨୦ ବଲ୍‌ରୁ ୪୨ ରନ୍‌ର ବିସ୍ଫୋରକ ଭାଗୀଦାରି କରି ଦକ୍ଷିଣ ଆଫ୍ରିକାକୁ ଜିତାଇଥିଲେ। ଷ୍ଟବ୍‌ସ ୪୧ ବଲ୍‌ରୁ ୭ଟି ଚୌକା ସହ ୪୭ ଏବଂ କୋଏଜି ୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍‌କରି ଅପରାଜିତ ଥିଲେ। ଜୀବନର ଶ୍ରେଷ୍ଠ ବୋଲିଂ ସଫଳତା ହାସଲକରି ବରୁଣ ଚକ୍ରବର୍ତ୍ତୀ ମାତ୍ର ୧୭ ରନ୍‌ଦେଇ ୫ଟି ୱିକେଟ୍‌ ନେଇଥିଲେ। ଟ୍ରିଷ୍ଟାନ୍ ଷ୍ଟବ୍‌ସ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍‌ଡିଂ କରିଥିଲା। ଭାରତ ୪ ଓଭରରେ ୧୫ ରନ୍‌କରି ୩ଟି ୱିକେଟ୍‌ ହରାଇଥିଲା। ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରିଥିବା ସଞ୍ଜୁ ସାମ୍‌ସନ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ଅଭିଷେକ ଶର୍ମା ଓ ଅଧିନାୟକ ସୂର‌୍ୟ୍ୟକୁମାର ଯାଦବ ୪ ରନ୍‌ ଲେଖାଏଁ କରି ବିଦାୟ ନେଇଥିଲେ। ପରବର୍ତ୍ତୀ ୪ ଓଭରରେ ତିଳକ ବର୍ମା ଓ ଅକ୍ଷର ପଟେଲ ୩୦ ରନ୍‌ ଯୋଡ଼ିଥିଲେ। ତିଳକ ବର୍ମା ୨୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ଅକ୍ଷର ୨୧ ବଲ୍‌ରୁ ୪ଟି ଚୌକା ସହ ୨୭ ରନ୍‌କରି ଆଉଟ୍‌ ହୋଇଥିଲେ। ରିଙ୍କୁ ସିଂହ ୯ ରନ୍‌ କରିଥିବା ବେଳେ ହାର୍ଦିକ ପାଣ୍ଡ୍ୟା ଶେଷ ପର‌୍ୟ୍ୟନ୍ତ ଅପରାଜିତ ଥିଲେ। ହାର୍ଦିକ ୪୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୯ ରନ୍‌କରି ଆଉଟ୍‌ ହୋଇଥିଲେ।

  • Related Posts

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

    Continue reading
    ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

    ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର