ନକ୍‌ଭିଙ୍କଠାରୁ ଟ୍ରଫି ନେଲାନି ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ପରେ ଷ୍ଟାଡିୟମ୍‌ରେ ନାଟକୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଚମ୍ପିଆନ୍ ଦଳ ଭାରତ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପ୍ରଥମଥର ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଲା। ଅପରେସନ ସିନ୍ଦୂର ପରେ କ୍ରିକେଟ ମଇଦାନରେ ଭାରତ ଅପରେସନ ତିଳକ ଜରିଆରେ ପାକିସ୍ତାନକୁ ଧୂଳି ଚଟାଇଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ଅଧ୍ୟକ୍ଷ ତଥା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ମୋହ୍‌ସିନ ନକ୍‌ଭି ମଞ୍ଚ ଉପରେ ଉପସ୍ଥିତ ଥିବାରୁ ଭାରତୀୟ ଦଳ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲା।ପୁରସ୍କାର ବିତରଣ ପାଇଁ ମଞ୍ଚ ପ୍ରସ୍ତୁତ ହୋଇ ରହିଥିଲା। ଅତିଥିମାନେ ମଞ୍ଚ ଉପରେ ଛିଡ଼ାହୋଇ ରହିଥିଲେ। ପାକିସ୍ତାନ ଦଳ ମଧ୍ୟ ଆସି ପଡ଼ିଆରେ ଜମା ହୋଇଥିଲେ। ହେଲେ ଭାରତୀୟ ଦଳ ମଞ୍ଚ ପାଖକୁ ନ ଆସି ପଡ଼ିଆରେ ବସି ରହିଥିଲେ। ପୁରସ୍କାର ବିତରଣ ଉତ୍ସବ ବିଳମ୍ବିତ ହୋଇଥିଲା। ପୂର୍ବରୁ ଘୋଷଣା ହୋଇଥିଲା ଯେ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି)ର ଅଧ୍ୟକ୍ଷ ଭାବେ ନକ୍‌ଭି ଟ୍ରଫି ପ୍ରଦାନ କରିବେ। ତେବେ ନକ୍‌ଭିଙ୍କଠାରୁ ଟ୍ରଫି ଗ୍ରହଣ କରିବେ ନାହିଁ ବୋଲି ଭାରତୀୟ ଦଳ ମନା କରି ଦେଇଥିଲା। ଭାରତୀୟ ଦଳକୁ ବୁଝାଇବା ପାଇଁ ବହୁତ ପ୍ରୟାସ କରାଯାଇଥିଲା। ତଥାପି ସେମାନେ ଜିଦ୍‌ରେ ଅଟଳ ରହିଥିଲେ।
ନକ୍‌ଭିଙ୍କଠାରୁ ଭାରତ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ଶେଷ ପର୍ୟ୍ୟନ୍ତ ଜିଦ୍‌ରୁ ଓହରିନଥିଲା। ମ୍ୟାଚ୍‌ ସରିବାର ୧ ଘଣ୍ଟା ୧୫ ମିନିଟ ପରେ ପୁରସ୍କାର ବିତରଣ ଉତ୍ସବ ଆରମ୍ଭ ହୋଇଥିଲା। ମଞ୍ଚ ଉପରେ ମୋହ୍‌ସିନ ନକ୍‌ଭି ଉପସ୍ଥିତ ଥିଲେ। ହେଲେ ନକ୍‌ଭି କୌଣସି ପୁରସ୍କାର ପ୍ରଦାନ କରିନଥିଲେ। ପାକିସ୍ତାନ ଖେଳାଳିଙ୍କୁ ରନର୍ସଅପ୍ ପଦକ ପ୍ରଦାନ କରାଯାଇଥିଲା। ସେତିକି ବେଳେ ଭାରତୀୟ ପ୍ରଶଂସକ ପାକିସ୍ତାନୀ ଖେଳାଳିଙ୍କୁ ଚିଡ଼ାଇବା ପାଇଁ ‘ମୋଦୀ’, ‘ମୋଦୀ’ ସ୍ଲୋଗାନ ଦେଇଥିଲେ। ହେଲେ ନକ୍‌ଭି ମଞ୍ଚରେ ଥିବାରୁ ଭାରତୀୟ ଦଳ ପଦକ ଗ୍ରହଣ କରି ନଥିଲେ। ତେବେ ଭାରତୀୟ ଖେଳାଳି ପ୍ଲେୟର ଅଫ୍ ଦି ମ୍ୟାଚ୍‌ (ତିଳକ ବର୍ମା). ସବୁଠାରୁ ମୂଲ୍ୟବାନ ଖେଳାଳି (କୁଲଦୀପ ଯାଦବ) ଓ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ (ଅଭିଷେକ ଶର୍ମା) ପୁରସ୍କାର ଗ୍ରହଣ କରିଥିଲେ। ନକ୍‌ଭିଙ୍କ ଉପସ୍ଥିତି ଯୋଗୁଁ ଭାରତୀୟ ଦଳ ଜିତିଥିବା ଏସିଆ କପ୍‌ ଟ୍ରଫି ଗ୍ରହଣ ନ କରିବାରୁ ପୁରସ୍କାର ବିତରଣ ଉତ୍ସବ ସେଇଠି ସମାପ୍ତ ହୋଇଥିଲା।

ସୂଚନାଯୋଗ୍ୟ ସିରିଜ୍‌ ଆରମ୍ଭରୁ ଭାରତୀୟ ଦଳ ଅପରେସନ ସିନ୍ଦୂର ଘଟଣାକୁ ନେଇ ପାକିସ୍ତାନ ଦଳ ସହ କରମର୍ଦନ କରି ନଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଟିମ୍‌ ଆଇସିସିରେ ଏନେଇ ଆପତ୍ତି କରିଥିଲା। ଏପରି କି ମ୍ୟାଚ୍‌ ରେଫରୀକୁ ପରବର୍ତ୍ତୀ ମ୍ୟାଚ୍‌ ଗୁଡ଼ିକରୁ ବାଦ୍‌ ଦେବାକୁ ଦାବି କରିଥିଲା। ମାତ୍ର ଏହାକୁ ଆଇସିସି ଅଗ୍ରାହ୍ୟ କରିଥିଲା। ଫଳରେ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ଦଳ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଯାହାକି ଭାରତ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଅପରେସନ ସିନ୍ଦୂର ପରେ ଖେଳ ପଡ଼ିଆରେ ଆଉଏକ ବିଜୟ ହାସଲ କରିଛି। ଏହାକୁ ନେଇ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଓ ଚର୍ଚ୍ଚା ବଢ଼ିଛି।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ