ନଦୀରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ମାଲକାନଗିରି: ପୋଟେରୁ ନଦୀରେ ଅଖା ବସ୍ତା ଭିତରେ ଏକ ମୁଣ୍ଡ ବିହୀନ ଶବ ଭାସୁଥିବା ଦେଖିବାକୁ ମିଳିଛି । ମୃତଦେହଟି କୌଣସି ବ୍ୟକ୍ତିଙ୍କର ହୋଇଥିବା ବେଳେ ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ବ୍ୟକ୍ତିଙ୍କର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି-୫୭ ଗାଁ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଏମଭି-୫୭ ଗାଁ ନିକଟରେ ପ୍ରବାହିତ ପୋଟେରୁ ନଦୀରେ ଏକ ସନ୍ଦେହଜନକ ଅଖା ବସ୍ତା ଭାସୁଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କାଲିମେଳା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ତାଟିକୁ ଉଦ୍ଧାର କରିଥିଲେ । ପରେ ଅଖା ବସ୍ତାଟିକୁ ଖୋଲିବା ପରେ ଏହା ଭିତରୁ ଏକ ମୁଣ୍ଡ ବିହୀନ ଶବ ବାହାରି ଥିଲା । ଏହା କୌଣସି ବ୍ୟକ୍ତିଙ୍କ ମୃତଦେହ ବୋଲି ଜଣାପଡ଼ିଛି । ତେବେ ବ୍ୟକ୍ତିଙ୍କୁ କେହି ହତ୍ୟା କରି ଅଖା ଭିତରେ ଶବ ରଖି ପ୍ରମାଣ ନଷ୍ଟ କରିବା ପାଇଁ ନଦୀରେ ଭସାଇ ଦେଇଥିବା ପୋଲିସ ସନ୍ଦେହ କରୁଛି । ଏହାର ଅଧିକ ତଦନ୍ତ କରିବା ପାଇଁ ଶବଟିକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ଏହି ଦୃଶ୍ୟ ଦେଖି ଗାଁ ଲୋକେ ଭୟଭିତ ହୋଇ ପଡିଛନ୍ତି । ଶବଟିର ପରିଚୟ କେମିତି ମିଳିବ ସେନେଇ ତଦନ୍ତ କରୁଛି କାଲିମେଳା ପୋଲିସ ।

  • Related Posts

    ୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା

    ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…

    Continue reading
    ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ ମୃତ

    ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ