ନବୀନଙ୍କ ସହ ମୋର କିଛି ତିକ୍ତତା ନାହିଁ: ଦିଲ୍ଲୀପ

ଭୁବନେଶ୍ୱର: ନବୀନଙ୍କ ସହ ସଂପର୍କ ବିଷୟରେ ଦିଲ୍ଲୀପ ରାୟ କହିଛନ୍ତି ଯେ ତାଙ୍କ ସହ ମୋର କିଛି ତିକ୍ତତା ନାହିଁ । ବିଜୁ ବାବୁଙ୍କ ପୁଅ ସେ, ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । କିଛି ଦିନ ତଳେ ତାଙ୍କ ଦେହ ଖରାପ ବେଳେ ମୁଁ ତାଙ୍କୁ ଭେଟିଥିଲି ବୋଲି କହିଛନ୍ତି ଦିଲ୍ଲୀପ । ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାୟ ତାଙ୍କ ରଣନୀତି ଉପରେ ସୂଚନା ଦେଇ ସେ କହିଛନ୍ତି ଯେ ୧୧ ନୁହେଁ, ୧୮ ବିଧାୟକ କ୍ରସ ଭୋଟିଂ କରିଥାନ୍ତେ । ୧୮ ବିଧାୟକ ମୋତେ ଭୋଟ ଦେବାକୁ ରାଜି ହୋଇଥିଲେ, ସେମାନଙ୍କୁ ସଦସ୍ୟତା ଚାଲିଯିବାର ନାଲିଆଖି ଦେଖାଗଲା । ନେତାଙ୍କ ନାଲିଆଖିକୁ ଡରି ପ୍ରାୟ ୭ ଜଣ କ୍ରସଭୋଟିଂ କଲେନି । ସେ କହିଛନ୍ତି, ମୋତେ ଭୋଟ ନଦେଇ କିଛି ବିଧାୟକ ଏବେ ମନସ୍ତାପ କରୁଛନ୍ତି । ମୁଁ ଜିତିବା ପରେ କିଛି ବିଧାୟକ ମୋତେ ଫୋନ୍ କରିଥିଲେ । ସେମାନଙ୍କ କହିବା କଥା ଆମକୁ ଡରାଇ ଦିଆଗଲା, ସେଥିପାଇଁ ଭୋଟ ଦେଲୁନି । ସେମାନଙ୍କ ମଧ୍ୟରୁ ୩ ଜଣ ବିଧାୟକ ଏବେ ଗଭୀର ଭାବେ ମନସ୍ତାପ କରୁଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ ୩ ମାସ ଆଗରୁ ପ୍ଲାନିଂ ହୋଇଥିଲା ବୋଲି ସୂଚନା ଦେଇ ସେ କହିଛନ୍ତି,ବିଜୟ ମହାପାତ୍ର, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ ଏବଂ ରବୀନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଥିଲି । ୭/୮ ଜଣ ବିଧାୟକଙ୍କ ସହ ଆଲୋଚନା କରି କୋର୍ ଗ୍ରୁପ୍ କରିଥିଲୁ । ଦଳୀୟ ପ୍ରାର୍ଥୀ ନହୋଇ ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲି ।କାରଣ ଦଳୀୟ ପ୍ରାର୍ଥୀ ହୋଇଥିଲେ ଏତେ ସମର୍ଥନ ମିଳିନଥାନ୍ତା । ଦିଲ୍ଲୀପ କହିଛନ୍ତି ଯେ ସେଥିପାଇଁ ମୁଁ ବିଜେପି ଶୀର୍ଷ ନେତାଙ୍କ ସହ କଥା ହୋଇଥିଲି । ସେମାନେ ମୋ ପ୍ରସ୍ତାବରେ ରାଜି ହୋଇଥିଲେ, ମୋତେ ସମର୍ଥନ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ମୋତେ ପୂରା ସମର୍ଥନ ଦିଆଯିବ ବୋଲି କହିଥିଲେ ।ସେ ଏହା ମଧ୍ୟ କହିଛନ୍ତି ଯେ ନବୀନ ପଟ୍ଟନାୟକ ଏବଂ ଭକ୍ତ ଦାସଙ୍କୁ ମଧ୍ୟ ଫୋନ୍ କରିଥିଲି । ଦିଲ୍ଲୀପ ରାୟ କହିଛନ୍ତି, ଯେଉଁଦିନ ପ୍ରାର୍ଥୀ ଘୋଷଣା ହେଲା ସେହିଦିନ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରିଥିଲି । ନବୀନଙ୍କ ଫୋନ୍ ତାଙ୍କ ପିଏ ଉଠାଇଲେ, କହିଲେ କଲ୍ ବ୍ୟାକ୍ କରିବେ । ନବୀନ କିନ୍ତୁ ଆଉ କଲ୍ ବ୍ୟାକ୍ କଲେନି କି କଥା ହେଲେନି ବୋଲି କହିଛନ୍ତି ଦିଲ୍ଲୀପ । ଏପରିକି ଭକ୍ତ ଦାସଙ୍କ ପାଖକୁ ମଧ୍ୟ ଫୋନ୍ କରିଥିଲି, ଭେଟିବାକୁ ଚାହିଁଥିଲି । ସେ ଘରେ ନଥିବା କହିଲେ, ଆସିଲେ ଫୋନ୍ କରିବେ କହିଥିଲେ, କିନ୍ତୁ ଫୋନ୍ କଲେନି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ