ନବୀନବାବୁ ଆଇନ ଜାଣନ୍ତି ନାହିଁ: ସରୋଜ ପାଢ଼ୀ

ଭୁବନେଶ୍ୱର: ୪ଟି ରାଜ୍ୟସଭା ନିର୍ବାଚନ ପାଇଁ ଆଜି ମତଦାନ ପ୍ରକ୍ରିୟା ଜାରି ରହିଛି। ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟିଂକୁ ନେଇ ମତଦାନ କେନ୍ଦ୍ରରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଉପାସନାଙ୍କ ଭୋଟ ଦେବାକୁ ନେଇ ଶାସକ ଓ ବିରୋଧୀ ଦଳର ଏଜେଣ୍ଟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ କିଛି ସମୟ ପାଇଁ ମତଦାନ ପ୍ରକ୍ରିୟା ମଧ୍ୟ ସ୍ଥଗିତ ରହିଥିବା ଜଣାପଡ଼ିଛି।ତେବେ ଆଇନରେ ଥିବା ପ୍ରାବଧାନକୁ ଆଧାର କରି ଉପାସନାଙ୍କୁ ଦ୍ୱିତୀୟ ବାଲାଟ୍ ପେପର ଯୋଗାଇ ଦେବା ପରେ ସେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ମାତ୍ର ଏହାକୁ ଅଗଣତାନ୍ତ୍ରିକ ବୋଲି କହି ବିରୋଧୀ ଦଳ ନେତା ତଥା ବିଜେଡି ନବୀନ ପଟ୍ଟନାୟକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତେବେ ନବୀନଙ୍କୁ କାଉଣ୍ଟର କରି ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଯେ, ନବୀନବାବୁ ଆଇନ ଜାଣନ୍ତି ନାହିଁ। ଆଜି ରେଜଲ୍ଟ ବାହାରିବା ପରେ କାଲି ବିଜେଡି ଭାଙ୍ଗିଯିବ। ସେଥିପାଇଁ ସେ ବିବ୍ରତ ହୋଇପଡ଼ିଛନ୍ତି ବୋଲି କହି କଟାକ୍ଷ କରିଛନ୍ତି।
ସୂଚନା ଅନୁସାରେ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଭୋଟ୍ ଦେବା ସମୟରେ ନିଜର ବାଲାଟ୍ ପେପପରେ ‘ଓଭର ରାଇଟିଂ’ ବା କଟାକଟି କରିଦେବାରୁ ଆଉ ଏକ ବାଲାଟ ପେପର ଦାବି କରିଥିଲେ। ପୁଲିଂ ଅଫିସର ତାଙ୍କୁ ଦ୍ୱିତୀୟ ବାଲାଟ୍ ପେପର ପ୍ରଦାନ କରାଯାଇଥିବା ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହାକୁ ବିରୋଧ କରି କହିଥିଲେ ଯେ, ଯଦି ଇଭିଏମରେ ଭୋଟିଂ ହୋଇଥାନ୍ତା ତା’ହେଲେ କ’ଣ ଏଥିରେ ପରିବର୍ତ୍ତନ ହୋଇପାରିଥାନ୍ତା କି?ମାତ୍ର ‘କଣ୍ଡକ୍ଟ ଅଫ ଇଲେକ୍ସନ ରୁଲସ-୧୯୬୧ର ରୁଲ-୪୨ରେ ଥିବା ପ୍ରାବଧାନ ଆଧାରରେ ପୁରୁଣା ବାଲାଟ ପେପରକୁ ରଖି ପୁଲିଂ ଅଫିସରଙ୍କୁ ତାଙ୍କୁ ନୂଆ ବାଲାଟ୍ ପେପର ଦେଇପାରିବେ ବୋଲି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଫିସରଙ୍କ ସୂତ୍ରରୁ ସୂଚନା ମିଳିଛି।
ଏପଟେ ବିଧାନସଭା ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବ୍ରହ୍ମଗିରି ବିଧାୟିକା ଭୋଟ ଦେବାବେଳେ ଭୁଲ୍ କରିଛନ୍ତି। କିନ୍ତୁ ପୁଲିଂ ଅଫିସର ତାଙ୍କର ଭୋଟକୁ ବେଆଇନ ଭାବେ ଗ୍ରହଣ କରିଛନ୍ତି। ତାଙ୍କୁ ବେଆଇନ୍ ଭାବେ ମଧ୍ୟ ଦ୍ୱିତୀୟ ବାଲଟ ପେପର ପ୍ରଦାନ କରିଛନ୍ତି। ଏହା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ ଧ୍ୱଂସ କରାଯାଉଛି ବୋଲି ନବୀନ କହିଛନ୍ତି।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ