ନଭେମ୍ବର ୧ରୁ ଧାମରା-ଗହୀରମଥାରେ ମାଛଧରା ବନ୍ଦ

ଧାମରା: ବିଶ୍ୱ ପର୍ୟ୍ୟଟନ ମାନଚିତ୍ରରେ ବଙ୍ଗୋପସାଗର ଗହୀରମଥା ଅଞ୍ଚଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ତୀର୍ଥସ୍ଥଳୀ । ଅଲିଭ ରିଡଲେ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ଗହୀରମଥାର ନିଷିଦ୍ଧ ଜଳରାଶିରେ ପାଦ ଥାପିବେ । ଆସୁଥିବା ଆଗନ୍ତୁକ ଅତିଥି ଅଲିଭ ରିଡଲେର ସୁରକ୍ଷା ଓ ନିରାପଦ ପ୍ରଜନନ ପ୍ରକ୍ରିୟାକୁ ଆଖି ଆଗରେ ରଖି ଧାମରା ଠାରୁ ଗହୀରମଥା ଯାଏ ବନବିଭାଗ ତରଫରୁ ବ୍ୟାପକ କଟକଣା ବ୍ୟବସ୍ଥା କରାଯାଉଛି । ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଗହୀରମଥା ଯାଏ ୧୬୦ କିଲୋମିଟର ପର୍ୟ୍ୟନ୍ତ ଲାଗିବ କଟକଣା । ନଭେମ୍ବର ୧ ତାରିଖରୁ ମଇ ମାସ ୩୧ ତାରିଖ ଯାଏଁ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଥିବାବେଳେ କଇଁଛ ଋତୁ ନିମନ୍ତେ ମତ୍ସବିଭାଗ ପକ୍ଷରୁ ଧାମରା ମୁହାଁଣ ସମୁଦ୍ରକୂଳ ଠାରୂ ୨୦ କିମି ଯାଏଁ ଯନ୍ତ୍ରଚାଳିତ ଟ୍ରଲର, ବୋଟ, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛ ଧରା ଉପରେ କଟକଣା ଜାରି କରାଯାଇଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଏଥି ସହିତ ଏହି ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର ଓ ୧୪ଟି ସ୍ଥାନରେ ଟ୍ରଲର ପ୍ରୋଟେକ୍ସନ କ୍ୟାମ୍ପ କରାଯିବ ।

  • Related Posts

    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading
    ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

    * ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ