ନରସିଂହପୁର ଥାନାରେ ହାଜତ ମୃତ୍ୟୁ ମାମଲା, ୬ ଅବସରପ୍ରାପ୍ତ ପୋଲିସ ଗିରଫ

କଟକ: ୨୦୧୬ ମସିହାରେ ନରସିଂହପୁର ଥାନାରେ ଏକ ହାଜତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ ହୋଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ନରସିଂହପୁର କୋର୍ଟରେ ହାଜର କରାଯାଇଥିଲା । ଜାମିନ ଆବେଦନ ଖାରଜ ହେବା ପରେ, କୋର୍ଟ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ସୂଚନା ଅନୁସାରେ, ନରସିଂହପୁର ମାଳିସାହି ଗ୍ରାମର ସରୋଜ ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଜଣେ ପଡୋଶୀ ରେବତୀ ନାଏକଙ୍କ ଝଗଡା ହୋଇଥିଲା । ଏନେଇ ରେବତୀ ଥାନାରେ ଅଭିଯୋଗ କରିଥିଲେ । କଟକ ନରସିଂହପୁର ଥାନାରେ ଏହି ମାମଲା ରୁଜୁ ହୋଇଥିଲା । ମାମଲାର ତଦନ୍ତ କରିବା ପାଇଁ ସରୋଜଙ୍କୁ ଥାନାକୁ ଡକାଯାଇଥିଲା । ମାତ୍ର ସରୋଜ ଏଥିରେ ସହଯୋଗ କରି ନଥିଲେ । ତେଵେ ସଦଳବଳ ପୋଲିସ ସରୋଜଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରିଥିଲେ । ସେହି ସମୟରେ ୬ ଜଣ ଥାନା କର୍ମଚାରୀଙ୍କ ଅକଥନୀୟ ନିର୍ଯ୍ୟାତନା ଫଳରେ ହାଜତରେ ସରୋଜ ସେନାପତିଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହି ଘଟଣାରେ ଅବସରପ୍ରାପ୍ତ ଏଏସଆଇ ଭଗବାନ ସାହୁ, ଅବସରପ୍ରାପ୍ତ ହାବିଲଦାର ପ୍ରମୋଦ କୁମାର ପାତ୍ର, ହୋମ ଗାର୍ଡ ଯୋଗିନାଥ ନାୟକ, ଭିକାରୀ ନାୟକ, ଭ୍ରମର ରଣା, ମହେଶ୍ବର ଦେବତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଥାନା କେସ ନମ୍ବର ୧୩୦/୧୬ରେ , ଧାରା ୪୪୮,୩୪୨, ୩୪୧, ୩୨୩, ୫୦୬, ୩୦୨, ୩୪ ଆଇପିସିରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା ।
ହାଜତ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବାଧିକାର କମିଶନ ନିଜେ ଏହି ମାମଲା ସେତେବେଳେର ପୋଲିସ ଅଧିକାରୀ ନିରଞ୍ଜନ ଶବରଙ୍କ ଦ୍ୱାରା ମାମଲାକୁ ପରିଚାଳନା କରାଯାଇଥିଲା । ତେଵେ ଏହି ଘଟଣାରେ ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ୬ ଜଣ ପୋଲିସ କର୍ମଚାରୀଙ୍କୁ ନରସିଂହପୁର କୋର୍ଟରେ ହଜାର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହଜାତକୁ ପଠା ଯାଇଛି ।

  • Related Posts

    ଗୋ-ମାଫିଆଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ

    ତିଗିରିଆ: ଦୁର୍ଦ୍ଦାନ୍ତ ଅପରାଧୀ ଓ ଗୋ ତସ୍କରଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ । ତିଗିରିଆ ଥାନା କରଡ଼ାପଲ୍ଲୀ ର ଦୁର୍ଦ୍ଦାନ୍ତ ଅପରାଧି ତଥା କୁଖ୍ୟାତ ଗୋ ତସ୍କର ସକିଲ୍ ଖାନ ବିରୋଧରେ ଏନଏସଏ ଲାଗୁ କରିଛି କଟକ ଗ୍ରାମାଞ୍ଚଳ…

    Continue reading
    ଯନ୍ତ୍ରୀଙ୍କ ଘରୁ ପୁଳା ପୁଳା ଟଙ୍କା ଓ ସୁନା ଅଳଙ୍କାର ଜବତ

    ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଆୟ ବହି ମୁଖ୍ୟ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ସହ ଜଡିତ ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ। ଭୁବନେଶ୍ୱର,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ