ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

ଜଗତସିଂହପୁର: ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ପୋଲିସ ଏସଆଇ । ଫେସ୍‌ବୁକ୍‌ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍‌ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଲୋକଙ୍କ ଅଗୋଚରରେ ଜଣେ ନାବାଳିକାଙ୍କୁ ବିବାହ କରିଥିଲେ ପୁଲିସ ବାବୁ । ବିବାହର କିଛ ମାସ ପରେ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନିର୍ୟାତନା ନେଇ ଆସିଲା ଅଭିଯୋଗ । ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ୟାତନା ଦେବା ସହ ମାଡ଼ ମାରି ଘରୁ ତଡି ଦେଉଥିବା ସଙ୍ଗୀନ ଅଭିଯୋଗ ଆସିଛି ଜଗତସିଂହପୁର ସଦର ଥାନାରୁ । ୪ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷପ ନେଇ ନଥିବା ଓ କୋର୍ଟକୁ ଚାର୍ଜସିଟ୍‌ ପଠାଉନଥିବା ନେଇ ପୀଡ଼ିତା ଓ ତାଙ୍କର ମାଆ ଅଭିଯୋଗ କରିଛନ୍ତି ।
ସେପଟେ ଅଭିଯୋଗ ହେବାପରେ ଅଭିଯୁକ୍ତ ସବଇନ୍ସପେକ୍ଟରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ପରେ ପୋଲିସ ବାବୁ ଫେରାର ହୋଇ ଯାଇଥିବା ଜଗତସିଂହପୁର ଏସ୍‌ପି ସୂଚନା ଦେଇଛନ୍ତି । ଅମିତ ପୁରୀରେ ସବ ଇନ୍ସପେକ୍ଟର ଭାବରେ ଚାକିରି କରିଥିବା ବେଳେ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜନୈକା ନାବାଳିକାକୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ସେ ପତ୍ନୀଙ୍କୁ ନିର୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆକ୍ଟ ସହ ବାଲ୍ୟ ବିବାହର ଦଫା ମଧ୍ୟ ଲାଗିଥିବା ବେଳେ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି ।

  • Related Posts

    ପଟ୍ଟାମୁଣ୍ଡାଇ ଘଟଣା; ପୁରୁଷ ବନ୍ଧୁ ଗିରଫ

    ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଗିରଫ ହୋଇଛନ୍ତି ପୁରୁଷ ବନ୍ଧୁ। ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରି ଓଡ଼ିଶା ଆଣୁଛି ପୁଲିସ । ସଂପୃକ୍ତ ଯୁବକଙ୍କ ନାଁରେ ବ୍ଲାକମେଲିଂ ନେଇ ଅଭିଯୋଗ…

    ଘର ଦେବା ନାଁରେ ୨.୧୫ କୋଟି ଲୁଟ୍, ଠକ ଦମ୍ପତି ଗିରଫ

    ଭୁବନେଶ୍ବର: ବନ୍ଧକ ଘରକୁ ମୁକଳାଇ ବିକ୍ରି କରିବାକୁ ପ୍ରତିଶ୍ରୁତି ଦେଲେ। ୨.୧୫ କୋଟି ଟଙ୍କା ନେବା ପରେ ଘର ଦେବା ତ ଦୂରର କଥା ବର୍ଷେ ଧରି ଭୂଆଁ ବୁଲାଇଲେ। ଟଙ୍କା ମାଗିବା ପାଇଁ ଯାଇଥିବା ବେଳେ ମାରଣାସ୍ତ୍ରରେ ଆକ୍ରମଣ କରି…

    Leave a Reply

    Your email address will not be published. Required fields are marked *

    You Missed

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ