
ଭୁବନେଶ୍ୱର: ନିଜ ନିଷ୍ପତିରେ ଅଟଳ ରହିଛନ୍ତି CPIM ବିଧାୟକ ଲକ୍ଷ୍ମଣ ମୁଣ୍ଡା । ସେ କହିଛନ୍ତି,” ମୁଁ କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀଙ୍କ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଭୋଟ ଦେବି । ଆମର ଢାଳିବାର ନାହିଁ, ଦିଲ୍ଲୀପ ରାୟ ଆଉ ଯୋଗାଯୋଗ କରିନାହାଁନ୍ତି । କିଛି ସନ୍ଦେହ ନାହିଁ, ଆଉ ଅଳ୍ପ ସମୟ ଭିତରେ ସବୁ ସ୍ପଷ୍ଟ ହେବ । କିଛି କ୍ରସ ଭୋଟିଂ ହେବ ନାହିଁ । ଆମ ପ୍ରାର୍ଥୀ ନିଶ୍ଚିତ ଜିତିବ ।”
ଆଜି ସକାଳ 9ଟାରୁ ଆରମ୍ଭ ହୋଇଛି ରାଜ୍ୟସଭା ନିର୍ବାଚନ ମତଦାନ ପ୍ରକ୍ରିୟା । ପ୍ରଥମେ ଭୋଟ ଦେଲେ ସଂସଦୀୟ ବ୍ୟପାର ମନ୍ତ୍ରୀ ମୁକେଶ ମହାଳିଙ୍ଗ । ଏହା ଅପରାହ୍ନ 4ଟା ପର୍ଯ୍ୟନ୍ତ ଜାରି ରହିବ । ଏହା ପରେ ପ୍ରକାଶ ପାଇବ ଫଳାଫଳ । 4ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି 5 ଜଣ ପ୍ରାର୍ଥୀ ।



