ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି

ଭୁବନେଶ୍ୱର:ଚୋରି ହୋଇଛି ହାଇପ୍ରୋଫାଇଲ୍ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ। ନୟାପଲ୍ଲୀ ଓଜଉ ଭିଲେଜ୍ ଭଳି ହାଇସିକ୍ୟୁରିଟି ଜୋନରେ ଥିବା ତାଙ୍କ ଘରୁ ହୋଇଛି ଚୋରି। ଚୋର ୫୦ ଲକ୍ଷ ଟଙ୍କାର ସୁନାଗହଣା ନେଇଯାଇଛି। ତା’ ସହିତ ନଗଦ ଅଢ଼େଇ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛି। ନିରଞ୍ଜନ ତାଙ୍କ ପରିବାର ସହିତ ଏହି ଘରେ ରହନ୍ତି। ତାଙ୍କ ପୁଅ ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ବୋହୂ ଘରେ ନଥିଲେ। ସେମାନେ ସାତପଡ଼ା ଯାଇଥିଲେ। ନିରଞ୍ଜନ ପଟ୍ଟନାୟକ ଘରର ତଳ ମହଲାରେ ତାଙ୍କ ରୁମ୍‌ରେ ଶୋଇଥିଲେ। ଘର ବାହାରେ ସୁରକ୍ଷାକର୍ମୀ ଥିଲେ। ରାତି ୨ଟା ୪୦ ମିନିଟ୍‌ରେ ଚୋର ତାଙ୍କ ଘରେ ପଶିଥିଲା। ସିସିଟିଭିରୁ ଏହା ଜଣାପଡ଼ିଛି। ଚୋର ତା’ ମୁହଁକୁ ଘୋଡ଼ାଇ ଦେଇଥିଲା। ତା’ ହାତରେ ଟର୍ଚ୍ଚ ଥିଲା। ହାତରେ ଗ୍ଲୋବ୍‌ସ ପିନ୍ଧିଥିଲା। ସେ ବେଶ୍ ସନ୍ତର୍ପଣରେ ଘର ଭିତରେ ପଶି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ଦିବ୍ୟଜ୍ୟୋତିଙ୍କ ବେଡ୍‌ରୁମ୍‌ରେ ପଶିଥିଲା। ସେଠାରେ ପହଞ୍ଚି ଆଲମାରୀଗୁଡ଼ିକୁ ଖୋଲି ଦେଖିଥିଲା ଓ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଖୋଜାଖୋଜି କରିଥିଲା। ପ୍ରାୟ ଘଣ୍ଟାଏ ଧରି ସେ ଘର ଭିତରେ ରହିଥିଲା ବୋଲି କୁହାଯାଉଛି। ସୁନାଗହଣା ଓ ନଗଦ ଟଙ୍କା ନେଇ ରାତି ପ୍ରାୟ ୩ଟା ବେଳକୁ ସେ ସେଠାରୁ ଫେରାର ହୋଇଯାଇଥିଲା। ଇମର୍ଜେନ୍‌ସୀ ଏକ୍‌ଜିଟ୍ ପାଇଁ ଉଦ୍ଦିଷ୍ଟ ଏକ ସରୁ ବାଟ ଦେଇ ସେ ପଶିଥିଲା ଓ ସେହି ବାଟ ଦେଇ ଫେରାର ହୋଇଯାଇଥିଲା ବୋଲି ଜଣାପଡ଼ିଛି।

  • Related Posts

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ : ପୁରୀ ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଶଗୋବା ଗାଁର ନାରାୟଣ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଜଣଙ୍କ ଅଟକ ରଖି…

    ଯୁବକଙ୍କୁ ଗୁଳିମାଡ଼, ଏସ୍‌ସିବିରେ ଭର୍ତ୍ତି

    କଟକ: ନୂଆବଜାର ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ (୨୦) ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ତାଙ୍କ ଡାହାଣ…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍