ନୃଶଂସ ପୁଅ: ମା’ ବେକକୁ କାଟିଲା

ବାରିପଦା: ରାଶନ ଚାଉଳ ଭାଗବଣ୍ଟାକୁ ନେଇ ନୃଶଂସ ପୁଅ ଏକ ଦାଆରେ ମା’ ବେକକୁ କାଟି ହତ୍ୟା କରିବା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ଶରତଚନ୍ଦ୍ରପୁର ୱାର୍ଡ ନଂ. ୭ରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଏହି ଘଟଣା ଘଟିଛି। ପରିବାର ଲୋକେ ଅଭିଯୁକ୍ତ ପୁଅ ରୋହିଦାସ ସିଂଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁଯାୟୀ, ରୋହିଦାସଙ୍କ ମା’ ରଇବାରୀ ସିଂ(୬୫)ପାଇଥିବା ଚାଉଳକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୋହିଦାସ ଏକ ଦାଆରେ ତାଙ୍କ ମା’ଙ୍କ ବେକକୁ କାଟିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତା ରଇବାରୀଙ୍କ ସାନପୁଅ ଲକ୍ଷ୍ମୀକାନ୍ତ ମଧ୍ୟାହ୍ନ ୧୨ଟାରେ କାମରୁ ଫେରି ପ୍ରଧାନମନ୍ତ୍ରୀ ଆବାସ ଘରେ ରହୁଥିବା ମା’ଙ୍କୁ ଦେଖିବାକୁ ଯାଇଥିଲେ। ସେଠାରେ ମୃତଦେହ ପଡ଼ିଥିବା ଦେଖି ବଡ଼ଭାଇ ରୋହିଦାସଙ୍କୁ ପଚରାଉଚୁରା କରିଥିଲେ। ଚାଉଳ ଭାଗବଣ୍ଟାକୁ ନେଇ ମା’ଙ୍କୁ ହତ୍ୟା କରିଥିବା ରୋହିଦାସ ସ୍ବୀକାର କରିବା ସହ ସେହି ଦାଆରେ ନିଜ ବେକକୁ କାଟି ଆମତ୍ହତ୍ୟା ଉଦ୍ୟମ କରିଥିବା ଲକ୍ଷ୍ମୀକାନ୍ତ ଏତଲାରେ ଦର୍ଶାଇଛନ୍ତି। ଖବରପାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ପହଞ୍ଚତ୍ ତଦନ୍ତ ଜାରି ରଖିଛି। ଏନେଇ ଥାନାରେ ଏକ ମାମଲା (ନଂ.୨୯/୨୫) ରୁଜୁ ହୋଇଛି।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପାଠ୍ୟପୁସ୍ତକ ତ୍ରୁଟି ମାମଲା; ୨୦୦ରୁ ୨୫୦ ଜଣ ସମ୍ପୃକ୍ତ କହିଲେ କ୍ରାଇମବ୍ରାଞ୍ଚ ଡିଜି

    ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ