ପୁରୀ-ବାଦାମପାହାଡ଼ ଏକ୍ସପ୍ରେସକୁ ମିଳିଲା ମଞ୍ଜୁରୀ

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିରନ୍ତର ପ୍ରୟାସ ଓ ହସ୍ତକ୍ଷେପ ଫଳରେ ଶେଷରେ ପୁରୀ-ବାଦାମପାହାଡ଼ ସିଧା ଟ୍ରେନ୍ ସ୍ୱପ୍ନ ସାକାର ହେବାକୁ ଯାଉଛି। ରେଳ ମନ୍ତ୍ରଣାଳୟ ୧୮୪୧୧/୧୮୪୧୨ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍‌କୁ ଅନୁମୋଦନ କରିଛି। ରେଳ ବୋର୍ଡ ପକ୍ଷରୁ ୧୯ ଅକ୍ଟୋବର ୨୦୨୬ରେ ଜାରି ଚିଠି ନଂ CC-୨୦୮/୨୦୨୬ ଏବଂ ୨୦୨୬/CHG/୧୬/WCR/୪୧-PT ରେ ଏହା ସ୍ପଷ୍ଟ କରାଯାଇଛି। ରାଷ୍ଟ୍ରପତି ହେବା ପରଠୁ ନିଜ ଜନ୍ମମାଟି ମୟୂରଭଞ୍ଜର ରେଳ ସଂଯୋଗକୁ ଗୁରୁତ୍ୱ ଦେଇ ଆସୁଥିଲେ। ବାରମ୍ବାର ରେଳ ମନ୍ତ୍ରୀଙ୍କୁ ଭେଟି ଓ ପୂର୍ବତଟ ରେଳପଥର ପ୍ରସ୍ତାବ (୧୦.୦୭.୨୦୨୬) କୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହେଲା।
ଏହି ଟ୍ରେନ୍ ପୁରୀରୁ ରାତି ୧୧.୪୫ରେ ବାହାରି ରାଇରଙ୍ଗପୁରରେ ଦ୍ୱିପ୍ରହର ୧୨.୫୩ରେ ପହଞ୍ଚି ବାଦାମପାହାଡ଼ରେ ୧.୪୫ରେ ପହଞ୍ଚିବ। ଫେରିବା ସମୟରେ ବାଦାମପାହାଡ଼ରୁ ଅପରାହ୍ନ ୪ଟାରେ ବାହାରି ରାଇରଙ୍ଗପୁର ୪.୨୫, ଟାଟାନଗର, କେନ୍ଦୁଝର ଦେଇ ପୁରୀରେ ସକାଳ ୬ଟାରେ ପହଞ୍ଚିବ ଏବଂ ଦୈନିକ ଚାଲିବ। ରାଇରଙ୍ଗପୁର, ବାଦାମପାହାଡ଼, ଅଁଳାଯୋଡ଼ି, ଟାଟାନଗର, ଭୁବନେଶ୍ୱର, କଟକ ସମେତ ୧୯ଟି ଷ୍ଟେସନରେ ରହଣି ରହିବ। ୯ କୋଚ୍ ବିଶିଷ୍ଟ LHB ରେକ୍ ରହିବ।
ରେଳ ବୋର୍ଡ ସୂଚନା ଅନୁଯାୟୀ ଶୀଘ୍ର ଏକ ସୁବିଧାଜନକ ତାରିଖରୁ ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଉଦଘାଟନୀ ଟ୍ରେନ୍ ସ୍ୱତନ୍ତ୍ର ଭାବେ ଚଲାଯିବ। ରାଷ୍ଟ୍ରପତିଙ୍କ ଏହି ସଫଳତା ପାଇଁ ରାଇରଙ୍ଗପୁର, ବାଦାମପାହାଡ଼, ବାହଲଦା ଅଞ୍ଚଳର ଜନସାଧାରଣରେ ଖୁସିର ଲହରୀ ଖେଳିଯାଇଛି। ମୟୂରଭଞ୍ଜବାସୀ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

  • Related Posts

    ରାଜରାଜଶ୍ୱେର ବେଶରେ ଦର୍ଶନ ଦେବେ ମହାପ୍ରଭୁ

    ପୁରୀ: ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ପବିତ୍ର ଦଶହରା ତଥା ବିଜୟା ଦଶମୀ । ଏହି ଅବସରରେ ଭକ୍ତମାନଙ୍କୁ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଦର୍ଶନ ଦିଅନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ…

    Continue reading
    ଅପରାଧୀଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ: ପୋଲିସ ଡିଜି

    କଟକ: ‘ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ । ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ । ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଜି(ବୁଧବାର) କଟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି