ନିର୍ବାଚନରେ ସାମିଲ ହେଲେ ଦାଶରଥୀ ଗମାଙ୍ଗ

ଭୁବନେଶ୍ୱର: ଆଜି ସକାଳ ୯ଟାରୁ ଆରମ୍ଭ ହୋଇଛି ରାଜ୍ୟସଭା ନିର୍ବାଚନ ମତଦାନ ପ୍ରକ୍ରିୟା । ପ୍ରଥମେ ଭୋଟ ଦେଲେ ସଂସଦୀୟ ବ୍ୟପାର ମନ୍ତ୍ରୀ ମୁକେଶ ମହାଳିଙ୍ଗ । ଏହା ଅପରାହ୍ନ ୪ଟା ପର୍ୟ୍ୟନ୍ତ ଜାରି ରହିବ । ଏହା ପରେ ପ୍ରକାଶ ପାଇବ ଫଳାଫଳ ।
ତେବେ ରାଜ୍ୟସଭା ନିର୍ବାଚନରେ ସାମିଲ ହେଲେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ । ବିଧାନସଭା ପରିସରରେ ପହଞ୍ଚିଲେ ମତଦାନ ସାବ୍ୟସ୍ତ କରିବେ ଦାଶରଥୀ । ସାରା ରାଜ୍ୟରେ ସବୁଠୁ ଚର୍ଚ୍ଚାରେ ଥିଲେ ଦାଶରଥୀ । ଦଳର ହ୍ବିପ କୁ ଅବମାନନା ଅଭିଯୋଗ ଆସିଥିଲା ତାଙ୍କ ବିରୋଧରେ । ୮ ତାରିଖ ପରେ ଦଳର ଯୋଗାଯୋଗରୁ ଦୁରେଇ ରହିଥିଲେ ସେ । କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।ପିସିସି ସଭାପତି ଦାଶରଥୀଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀରେ କଡା ଚେତାବନୀ ଦେଇଥିଲେ । ସନ୍ଧ୍ୟା ୭ଟା ଭିତରେ ପହଞ୍ଚି କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲା ଦଳ । ଏ ସବୁ ଛକା ପଞ୍ଚା ଭିତରେ ଆଜି ୧୧.୦୫ରେ ବିଧାନସଭାରେ ପହଞ୍ଚିଲେ ଦାଶରଥୀ ଗମାଙ୍ଗ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ