‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁରରେ ନୂଆଁ ଖାଇବେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କରେ ନୂଆଁଖାଇ ପାଳିବେ । ମା’ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବା ସହ ସେଠାରେ ପ୍ରସାଦ ସେବନ କରିବେ । ଏହି ଅବସରରେ ସେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଶ୍ରୀ ପ୍ରଧାନ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି, ଚାଷୀ ଓ ଚାଷୀର ଉନ୍ନତି, ସମସ୍ତଙ୍କର ଖାଦ୍ୟ ସୁରକ୍ଷା, ବନ୍ଧୁମିଳନ ତଥା ଗୁରୁଜନଙ୍କୁ ସମ୍ମାନ ଜଣାଇବା ନୂଆଁଖାଇ ପର୍ବର ଅନନ୍ୟ ବିଶେଷତ୍ୱ । ଶ୍ରୀ ପ୍ରଧାନ କହିଛନ୍ତି, ନୂଆଁଖାଇ ପାଇଁ ସବୁଆଡ଼େ ଏବେ ଖୁସି ଓ ଆନନ୍ଦର ବାତାବରଣ । ଏହି ସମୟରେ କ୍ଷେତରେ ଧାନ ହୁଏ ଯାହା ସମସ୍ତଙ୍କ ମନରେ ଖୁସି ଭରିଦିଏ । ନୂଆଁଖାଇ ଚାଷୀ ଓ ଚାଷର ଉନ୍ନତି ଏବଂ ମିଠା କଥା କୁହେ । ତା’ସହ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ଉଜାଗର କରେ । ନୂଆଁଖାଇ କେବଳ ନବାନ୍ନ ସେବନର ପର୍ବ ନୁହେଁ ଏହା ମଧ୍ୟ ବନ୍ଧୁମିଳନ ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ । ସେଥିପାଇଁ ଆମର ନୂଆଁଖାଇ ହେଉଛି ମହାନ ଓ ଅନନ୍ୟ । ମା’ ସମଲେଇଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସ ଓ ସମୃଦ୍ଧି ଆଣିଥାଉ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।
ଶ୍ରୀ ପ୍ରଧାନ ପ୍ରଥମେ ସିନ୍ଦୁରପଙ୍କରେ ନୂଆଁଖାଇ ପାଳନ କରିବାର କାର୍ୟ୍ୟକ୍ରମ ରହିଛି । ପରେ ମା’ସମଲେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ସେଠାରେ ପ୍ରସାଦ ସେବନ କରିବେ । ପରେ ସମ୍ବଲପୁରରେ ଓଡ଼ିଶା ସାଂସ୍କୃତିକ ସମାଜ, ନନ୍ଦପଡ଼ାରେ ଚିତ୍ରାଟ୍ଟପାଲା ଯୁବକ ସଂଘ ଏବଂ ମା’ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସମଲେଶ୍ୱରୀ ଯୁବକ ସଂଘ ଦ୍ୱାରା ଆୟୋଜିତ ପୃଥକ ନୂଆଁଖାଇ ଭେଟଘାଟ-୨୦୨୫ରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି।

  • Related Posts

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଛତ୍ରପୁର:ସମୁଦ୍ର ନିକଟରେ ଓଲଟିଲା ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ । ଗଞ୍ଜାମ ପୋଡ଼ମପେଟା ସମୁଦ୍ର ନିକଟରେ ଓଲଟିଛି ଡ଼ଙ୍ଗା । ଅଳ୍ପକେ ବର୍ତ୍ତିଛନ୍ତି ମତ୍ସ୍ୟଜୀବୀ । ତେବେ ଏହାସହ ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଲେ ଛତ୍ରପୁର…

    Continue reading
    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ଦାରିଙ୍ଗବାଡି : ଦୁର୍ଘଟଣାରେ ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର । ବସ ଧକ୍କାରେ ଦୋକାନ ଭିତରକୁ ପଶିଗଲା ରଖା ହୋଇଥିବା କାର । ଦୋକାନରେ ବସିଥିବା ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର । ଘଟଣା ସ୍ଥଳରେ ବ୍ୟବସାୟୀ ମୃତ୍ୟୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ଆସୁଛି ଆଉ ଏକ ଲଘୁଚାପ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର