‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁରରେ ନୂଆଁ ଖାଇବେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କରେ ନୂଆଁଖାଇ ପାଳିବେ । ମା’ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବା ସହ ସେଠାରେ ପ୍ରସାଦ ସେବନ କରିବେ । ଏହି ଅବସରରେ ସେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଶ୍ରୀ ପ୍ରଧାନ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି, ଚାଷୀ ଓ ଚାଷୀର ଉନ୍ନତି, ସମସ୍ତଙ୍କର ଖାଦ୍ୟ ସୁରକ୍ଷା, ବନ୍ଧୁମିଳନ ତଥା ଗୁରୁଜନଙ୍କୁ ସମ୍ମାନ ଜଣାଇବା ନୂଆଁଖାଇ ପର୍ବର ଅନନ୍ୟ ବିଶେଷତ୍ୱ । ଶ୍ରୀ ପ୍ରଧାନ କହିଛନ୍ତି, ନୂଆଁଖାଇ ପାଇଁ ସବୁଆଡ଼େ ଏବେ ଖୁସି ଓ ଆନନ୍ଦର ବାତାବରଣ । ଏହି ସମୟରେ କ୍ଷେତରେ ଧାନ ହୁଏ ଯାହା ସମସ୍ତଙ୍କ ମନରେ ଖୁସି ଭରିଦିଏ । ନୂଆଁଖାଇ ଚାଷୀ ଓ ଚାଷର ଉନ୍ନତି ଏବଂ ମିଠା କଥା କୁହେ । ତା’ସହ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ଉଜାଗର କରେ । ନୂଆଁଖାଇ କେବଳ ନବାନ୍ନ ସେବନର ପର୍ବ ନୁହେଁ ଏହା ମଧ୍ୟ ବନ୍ଧୁମିଳନ ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ । ସେଥିପାଇଁ ଆମର ନୂଆଁଖାଇ ହେଉଛି ମହାନ ଓ ଅନନ୍ୟ । ମା’ ସମଲେଇଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସ ଓ ସମୃଦ୍ଧି ଆଣିଥାଉ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।
ଶ୍ରୀ ପ୍ରଧାନ ପ୍ରଥମେ ସିନ୍ଦୁରପଙ୍କରେ ନୂଆଁଖାଇ ପାଳନ କରିବାର କାର୍ୟ୍ୟକ୍ରମ ରହିଛି । ପରେ ମା’ସମଲେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ସେଠାରେ ପ୍ରସାଦ ସେବନ କରିବେ । ପରେ ସମ୍ବଲପୁରରେ ଓଡ଼ିଶା ସାଂସ୍କୃତିକ ସମାଜ, ନନ୍ଦପଡ଼ାରେ ଚିତ୍ରାଟ୍ଟପାଲା ଯୁବକ ସଂଘ ଏବଂ ମା’ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସମଲେଶ୍ୱରୀ ଯୁବକ ସଂଘ ଦ୍ୱାରା ଆୟୋଜିତ ପୃଥକ ନୂଆଁଖାଇ ଭେଟଘାଟ-୨୦୨୫ରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି।

  • Related Posts

    ସୋମବାରଠୁ ଭିତର ରତ୍ନଭଣ୍ଡାର ଗଣତି ମଣତି

    ପୁରୀ: ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି। ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି। ଆସନ୍ତା…

    Continue reading
    କ୍ୟାବିନେଟ ନିଷ୍ପତ୍ତି : କେନ୍ଦୁଝର ଜିଲ୍ଲାରେ ୧୬୪୭କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀଡ୍ ସବଷ୍ଟେସନ

    ଭୁବନେଶ୍ୱର: ରାଜ୍ୟରେ ଶକ୍ତି, ପରିବହନ ଓ ପାନୀୟ ଜଳ କ୍ଷେତ୍ର ସମେତ ୫ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦୁଝରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ