ନୂଆପଡ଼ାରେ ହେବ ମେଡିକାଲ କଲେଜ: ମନମୋହନ ସାମଲ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ଶେଷ ହେବା ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି । ତାହା ହେଲା ନୂଆପଡ଼ାରେ ହେବ ମେଡିକାଲ କଲେଜ । ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ ଏନେଇ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ନୂଆପଡ଼ାରେ ମେଡିକାଲ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ଶ୍ରୀ ସାମଲ କହିଛନ୍ତି ।

ଆସନ୍ତା ୧୧ରେ ନୂଆପଡ଼ା ଉପନିର୍ବାଚନ । ସେଥିପାଇଁ ଆଜି ଅପରାହ୍ଣ ୪ଟାରୁ ବନ୍ଦ ହେବ ପ୍ରଚାର । ଲାଗୁ ହେବ ନୀରବ ଅବଧି ବା ସାଇଲେନ୍ସ ପିରିୟଡ୍‌ । ତା’ ପୂର୍ବରୁ ନୂଆପଡ଼ାକୁ ନିର୍ବାଚନ ପ୍ରଚାର ପାଇଁ ବାହାରୁ ଯାଇଥିବା ସବୁ ଦଳର ନେତାକର୍ମୀ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଛାଡ଼ିବେ । ସବୁ କଲ୍ୟାଣ ମଣ୍ଡପ, ହୋଟେଲ, ଅତିଥି ନିବାସ ଯାଞ୍ଚ କରାଯିବ । ନୂଆପଡ଼ା ସୀମାରେ କଡ଼ାକଡ଼ି ଯାଞ୍ଚ ହେବ । କେବଳ ନିର୍ବାଚନ ପ୍ରଚାର ପ୍ରସାର ନୁହେଁ ନିର୍ବାଚନ ସମ୍ପର୍କିତ ମିଡିଆ କଭରେଜ୍‌, ସଭାସମିତିକୁ ମଧ୍ୟ ବାରଣ କରାଯାଇଛି । ଏସବୁ ନିୟମ ଉଲ୍ଲଂଘନକାରୀଙ୍କୁ ଦୁଇ ବର୍ଷ ପର୍ୟ୍ୟନ୍ତ ଜେଲ୍‌ଦଣ୍ଡ, ଜରିମାନା କିମ୍ୱା ଉଭୟ ହୋଇପାରେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୂଚନା ଦେଇଛନ୍ତି ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ