ନେତାଙ୍କୁ ନବୀନଙ୍କ ନିର୍ଦ୍ଦେଶ: ଲୋକଙ୍କ ସେବା କର

ଭୁବନେଶ୍ବର : ପୂର୍ବ ପରି ଲୋକଙ୍କ ସହ ଯୋଡ଼ି ରୁହ । ଲୋକଙ୍କ ସେବା କର । ନବୀନ ନିବାସରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଛନ୍ତି ଏହି ନିର୍ଦ୍ଦେଶ । ଏହାସହ ତୃଣମୂଳ ସ୍ତରରେ ସଦସ୍ୟତା ଅଭିଯାନକୁ ତ୍ଵରାନ୍ବିତ କରିବାକୁ ବିଜେଡି ସୁପ୍ରିମୋ ଦେଇଛନ୍ତି ନିର୍ଦ୍ଦେଶ । ୨୦ ତାରିଖ ଭିତରେ ସୁପ୍ରିମୋଙ୍କ ପାଖରେ ରିପୋର୍ଟ ଦାଖଲ ପାଇଁ ଏଥିପାଇଁ ଦିଆଯାଇଛି ଡେଡଲାଇନ୍। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଟାର୍ଗେଟ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଅଧିକରୁ ଅଧିକ ଲୋକଙ୍କୁ ଦଳ ସହ ଯୋଡିବା ପାଇଁ ନେତାଙ୍କୁ ଅଣ୍ଟା ଭିଡ଼ିବାକୁ ପରାମର୍ଶ ଦେଇଛନ୍ତି ନବୀନ। ତୃଣମୂଳ ସ୍ତରରେ ସୁସଂଗଠିତ ହୋଇ ଦଳ କେମିତି ଆଗକୁ ବଢିବ ତାକୁ ନେଇ ଗୁରୁମନ୍ତ୍ର ଦେଇଛନ୍ତି ନବୀନ। ଏବେବି ନବୀନ ବାବୁଙ୍କ ସହ ଲୋକଙ୍କ ଭାବାବେଗ ଯୋଡ଼ି ହୋଇ ରହିଛି। ତେଣୁ ସଦସ୍ୟତା ଅଭିଯାନ ପାଇଁ ଅସୁବିଧା ହେଉନି ବୋଲି କହିଛନ୍ତି ବାଲେଶ୍ବର ପୂର୍ବତନ ବିଧାୟକ ସ୍ବରୂପ ଦାସ। ବୈଠକରେ ପାଖାପାଖି ୪୦ରୁ ଅଧିକ ନେତା ନବୀନ ନିବାସରେ ଉପସ୍ଥିତ ଥିଲେ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ