ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଜିତିଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ:ଭାରତୀୟ ମହିଳା ଦଳ ଘରୋଇ ମାଟିରେ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତି ନେଇଛି। ଦିନିକିଆ ସିରିଜ ପ୍ରଥମ ମ୍ୟାଚ୍‌ରେ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ନ୍ୟୁଜିଲ୍ୟାଣ୍ଡ କବଜା କରିଥିଲା। ନିର୍ଣ୍ଣାୟକ ଦିନିକିଆକୁ ଭାରତୀୟ ମହିଳା ଦଳ ୬ ୱିକେଟରେ ଜିତି ନେଇଛନ୍ତି। ଶେଷ ଦିନିକିଆରେ ଓପନର ସ୍ମୃତି ମନ୍ଧାନା ରେକର୍ଡ ଶତକ ହାସଲ କରିଥିବା ବେଳେ ଅଧିନାୟକ ହରମନପ୍ରୀତ କୌର ଅପରାଜିତ ୫୯ ରନର ଇନିଂସ ଖେଳିଛନ୍ତି। ଏହି ଦୁହିଁଙ୍କ ବ୍ୟତୀତ ୟାସ୍ତିକା ଭାଟିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୩୫ ଓ ଜେମିମା ରୋଡ୍ରିଗ୍ସ ୨୨ ରନ କରିଛନ୍ତି। ବ୍ୟାଟରଙ୍କ ଦମରେ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୨୩୩ ରନର ଟାର୍ଗେଟକୁ ୩୪ ବଲ ପୂର୍ବରୁ ଜିତି ନେଇଛି। ଦଳକୁ ୩୫ ବଲରେ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ କୌର ଚୌକା ମାରି ବିଜୟ ଭେଟି ଦେଇଛନ୍ତି।

ତେବେ ରେକର୍ଡ ଶତକ ହାସଲ କରିଥିବା ସ୍ମୃତି ମନ୍ଧାନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେହିପରି ୩ଟି ମ୍ୟାଚ୍‌ରେ ୫୬ ରନ କରିବା ସହ ୬ ୱିକେଟ ନେଇଥିବା ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ ଦି ସିରିଜ ମିଳିଛି। ମନ୍ଧାନା ଆଜି ତାଙ୍କ ଦିନିକିଆ କ୍ୟାରିୟରର ୮ମ ଶତକ ହାସଲ କରିଛନ୍ତି। ଏହି ଶତକ ପରେ ସେ କିମ୍ବଦନ୍ତୀ କ୍ରିକେଟର ମିତାଲି ରାଜଙ୍କୁ ପଛରେ ପକାଇ ଦେଇଛନ୍ତି। ମିତାଲି ରାଜ ମହିଳା ଦିନିକିଆରେ ଭାରତ ପାଇଁ ସର୍ବାଧିକ ଶତକ(୭) ହାସଲ କରିଥିଲେ। ହେଲେ ମନ୍ଧାନା ୮ଟି ଶତକ ସହ ତାଙ୍କୁ ପଛରେ ପକାଇ ଦେଇଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ଜିତି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ବ୍ରୁକ ହାଲ୍ଲିଡେଙ୍କ ୮୬, ଜର୍ଜିଆ ପ୍ଲିମେରଙ୍କ ୩୯ ଓ ଇସାବେଲ ଗାଜଙ୍କ ୨୫ ରନ ବଳରେ ୪୯.୫ ବଲରେ ସମସ୍ତ ୱିକେଟ ହରାଇ ୨୩୨ ରନ କରିଥିଲା।

ଭାରତ ପାଇଁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ପ୍ରିୟା ମିଶ୍ରାଙ୍କ ଖାତାକୁ ୨ଟି, ସାଇମା ଠାକୁର ଓ ରେଣୁକା ସିଂହ ଠାକୁର ଗୋଟିଏ ଲେଖାଏ ସଫଳତା ପାଇଥିଲେ। ବାକି ୱିକେଟ ରନ ଆଉଟରୁ ମିଳିଥିଲା।

୨୩୩ ରନର ପିଛା କରୁଥିବା ଭାରତ ୧୬ ରନରେ ଶେଫାଳି ବର୍ମା(୧୨)ଙ୍କୁ ହରାଇଥିଲା। ଏହାପରେ ମନ୍ଧାନା ଓ ୟାସ୍ତିକା ସ୍ଥିତି ସମ୍ଭାଳିଥିଲେ। ୟାସ୍ତିକା ୩୫ ରନର ଆଉଟ ହେବାରେ କୌର ଓ ମନ୍ଧାନା ଦଳୀୟ ସ୍କୋରକୁ ୨୦୦ ପାର କରାଇ ଦେଇଥିଲେ। ଦଳର ସ୍କୋର ୨୦୯ ରନ ଥିବା ବେଳେ ମନ୍ଧାନା ୧୨୨ ବଲରେ ୧୦୦ ରନ କରି ଆଉଟ ହୋଇଥିଲେ।

ବାକି କାମ କୌର ଓ ଜେମିମା ଶେଷ କରିବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଦଳକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ଜେମିମା(୨୨) ଆଉଟ ହୋଇଯାଇଥିଲେ। ହେଲେ କୌର ଶେଷ ଯାଏ ଅପରାଜିତ ରହି ଭାରତକୁ ୬ ୱିକେଟରେ ବିଜୟ ଭେଟି ଦେଇଥିଲେ।

  • Related Posts

    ରାଜସ୍ଥାନ ରୟାଲ୍‌ସ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଲେ ଦ୍ରାବିଡ଼

    ନୂଆଦିଲ୍ଲୀ: ଆଇପିଏଲ ଦଳ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି ରାହୁଲ ଦ୍ରାବିଡ଼। ଗୋଟିଏ ଋତୁ ପରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି। ଦଳ ଆଇପିଏଲ-୨୦୨୫ରେ ଭଲ ପ୍ରଦର୍ଶନ କରିପାରି ନ ଥିବାରୁ ଦ୍ରାବିଡ଼ ମୁଖ୍ୟ…

    Continue reading
    ଚୀନ୍‌କୁ ୪-୩ ଗୋଲରେ ହରାଇଲା ଭାରତ

    ରାଜଗିରି : ଅଧିନାୟକ ହରମନପ୍ରୀତ ସିଂହଙ୍କ ୪ଟି ଗୋଲ ବଳରେ ଆୟୋଜକ ଭାରତ ଏସିଆ କପ୍‌ ପୁରୁଷ ହକି ପ୍ରତିଯୋଗିତା -୨୦୨୫ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବିହାରର ରାଜଗିରିରେ ଶୁକ୍ରବାର ଆରମ୍ଭ ହୋଇଥିବା ଉକ୍ତ ପ୍ରତିଯୋଗିତାର ପୁଲ-ଏ ର ଦ୍ବିତୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ