ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବଙ୍କୁ ବିଦାୟ ସମ୍ବର୍ଦ୍ଧନା 

ଭୁବନେଶ୍ଵର :ଭୁବନେଶ୍ଵର ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ବଳରାମ ସମ୍ମିଳନୀ କକ୍ଷଠାରେ ଆଜି ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କୁ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ନୂତନ ଭାବେ ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗର ସଚିବ ତଥା କମିଶନର ଭାବରେ ଦାୟିତ୍ତ୍ୱ ଗ୍ରହଣ କରିଥିବା ଶ୍ରୀ ଗିରୀଶ ଏସଏନଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ଲୋହାନୀଙ୍କୁ ଏହି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ଅବସରରେ ବିଭାଗର ଅଧିକାରୀ ମାନେ ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ କାର୍ଯ୍ୟକାଳର ବିଭିନ୍ନ ସ୍ମରଣୀୟ ଦିଗ ବିଷୟରେ ଆଲୋଚନାକରି ତାଙ୍କ ପ୍ରଶାସନିକ ନେତୃତ୍ଵର ଭୂୟୟି ପ୍ରଶଂସା କରିଥିଲେ l ଶ୍ରୀ ଲୋହାନୀ ଯେଭଳି ଭାବରେ ବିଭାଗକୁ ଲୋକଭିମୁଖୀ କରି ପଞ୍ଚୟତିରାଜ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ କାର୍ଯ୍ୟ କରିଥିଲେ ସେଥିପାଇଁ ବିଭାଗ ପକ୍ଷରୁ ତାଙ୍କୁ ସ୍ମୃତିଫଳକ ସହ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ଉକ୍ତ ବିଦାୟୀ ସଭାକୁ ସମ୍ବୋଧିତ କରି ଶ୍ରୀ ଲୋହାନୀ ଲୋକଙ୍କ ସମସ୍ୟା ସମାଧାନକୁ କେନ୍ଦ୍ରରେ ରଖି ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରେରିତ କରିବାସହ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ l ଏହି ଅବସରରେ ଶ୍ରୀ ଭିନିତ ଭାରଦ୍ଵାଜ, ନିର୍ଦ୍ଦେଶକ, ପାନୀୟଜଳ, ଶ୍ରୀ ଜ୍ୟୋତିରଞ୍ଜନ ଦାସ, ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ, ଡ଼ ମହେଶ୍ୱର ସ୍ଵାଇଁ, ନିର୍ଦ୍ଦେଶକ, ପଞ୍ଚାୟତିରାଜ, ସ୍ଵତନ୍ତ୍ର ସଚିବ ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି ଓ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ l

ସୂଚନା ଯୋଗ୍ୟଯେ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ଲୋହାନୀ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟରେ ଅତିରିକ୍ତ ଶାସନ ସଚିବ ରୂପେ ଯୋଗ ଦେବେ l

  • Related Posts

    ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ ଓଡିଶା ସର୍ବଶ୍ରେଷ୍ଠ ରାଜ୍ୟ

    ଭୁବନେଶ୍ୱର, ୧୨ ଅଗଷ୍ଟ ୨୦୨୫:ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପାଳିତ ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ଜାତୀୟ…

    Continue reading
    ସର୍ବସାଧାରଣ ସ୍ଥାନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

    ନୂଆଦିଲ୍ଲୀ: ଦିନକୁ ଦିନ ବୁଲା କୁକୁରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ରାସ୍ତାଘାଟରେ ଚଳପ୍ରଚଳ କରୁଥିବା ବ୍ୟକ୍ତିବିଶେଷ ବା ଗାଡିଚାଳକମାନଙ୍କ ସୁରକ୍ଷାକୁ ସବୁବେଳେ ବିଦପରେ ପକାଉଥିବା ବୁଲା କୁକୁରମାନଙ୍କ ବଢ଼ୁଥିବା ସଂଖ୍ୟାକୁ ବିଚାର କରି ମାନ୍ୟବର ସୁପ୍ରିମ୍‌କୋର୍ଟ ଦିଲ୍ଲୀ-ଏନସିଆରର ସମସ୍ତ ବୁଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ ଓଡିଶା ସର୍ବଶ୍ରେଷ୍ଠ ରାଜ୍ୟ

    Govt approved 74 new food safety officers

    CM Launches Odisha Marine Biotechnology Research & Innovation Corridor

    ସର୍ବସାଧାରଣ ସ୍ଥାନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ