ପଞ୍ଚାୟତ ନିର୍ବାଚନ, ବିଧାୟକଙ୍କ ନିଲମ୍ବନ ବେଶ ପ୍ରଭାବ ପକାଇବ

ଭୁବନେଶ୍ୱର: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ ସେଥିରେ ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକଙ୍କ ନିଲମ୍ବନ ବେଶ ପ୍ରଭାବ ପକାଇବ । ନିଲମ୍ବିତ ବିଧାୟକମାନେ ଦଳୀୟ ପ୍ରାର୍ଥୀ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଛିଡ଼ା କରିବାକୁ ଆରମ୍ଭ କରିଛନ୍ତି ସଜବାଜ । ବିଶେଷ କରି କ୍ରସ୍‌ ଭୋଟିଂ କରିଥିବା ବିଧାୟକମାନେ ନିଜ ଅଞ୍ଚଳରେ ଆରମ୍ଭ କରିଛନ୍ତି ନିଜସ୍ୱ ସମାନ୍ତରାଳ ସଙ୍ଗଠନ । ନିଜର ସମର୍ଥକମାନଙ୍କୁ ନେଇ ମିଟିଂ, ଭୋଜିଭାତ ଓ ରାଲି କରିବା ଆରମ୍ଭ କରିଥିବା ବେଳେ ଦଳ ସେହି ଅଞ୍ଚଳରେ ନୂଆ ବିଧାୟକ ପ୍ରାର୍ଥୀ ବା ବିକଳ୍ପ ନେତା ଖୋଜା ଅଭିଯାନ ଆରମ୍ଭ କରିଛି ।
ଏହି ବାଦ ବିବାଦ ଶାସକ ଦଳ ବିଜେପିକୁ ବେଶ ସୁହାଇଛି । ଉଭୟ କଂଗ୍ରେସ ଓ ବିଜେଡିର ନିଲମ୍ବିତ ନେତାମାନଙ୍କ ବଦଳରେ ନୂଆ ନେତା ହେବା ପାଇଁ ଦଳର ଦ୍ୱିତୀୟ ଓ ତୃତୀୟ ଲାଇନରେ ଥିବା ନେତାଙ୍କ ଲମ୍ବା ଲାଇନ୍‌ ଲାଗିଛି । ବିଜେଡିର ଏହି ନେତାମାନେ ନବୀନ ନିବାସ, ଶଙ୍ଖ ଭବନ ସହିତ ବିଭିନ୍ନ ବରିଷ୍ଠ ନେତାଙ୍କ ଘର ଆଗରେ ଅଧିଆ ପଡିଲେଣି । କିଏ ପୂର୍ବତନ ବିଧାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ଏବେର ଅଧ୍ୟକ୍ଷ ବି ଦୌଡ଼ରେ ସାମିଲ ହେଲେଣି । ସେହିପରି କଂଗ୍ରେସରେ ମଧ୍ୟ ନିଲମ୍ବିତ ବିଧାୟକଙ୍କ ଜାଗାରେ ନୂଆ ନେତା ହେବା ନେଇ ବହୁ ସ୍ଥାନୀୟ ନେତା ଆସି କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି । ସେଥିମଧ୍ୟରୁ କିଛି ନେତା ଏକା ନ ଆସି ଦଳ ବଳ ଧରି ଆସିଛନ୍ତି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ସେହି ନିର୍ବାଚନରେ କଂଗ୍ରେସର ମଙ୍ଗ ଧରିବୁ ବୋଲି ଭକ୍ତଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏପରିକି କିଛି ନେତା ଦଳକୁ ପୂର୍ବାପେକ୍ଷା ଅଧିକ ମଜଭୁତ କରିବେ ବୋଲି କହିଛନ୍ତି ।
ଯେମିତି ବାରବାଟି କଟକରେ ପ୍ରଥମେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଦଳରୁ ବିଦା ହେଲେ । ଏବେ ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପରେ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ନିଲମ୍ୱିତ ହେଲେ । ଉଭୟଙ୍କ ଦୃଢ ସମର୍ଥକ କୁହାଯାଉଥିବା ଗିରିବାଳା ବେହେରାଙ୍କ ବହିଷ୍କାର ପରେ କଟକରେ ନୂଆ ମଙ୍ଗୁଆଳ ଖୋଜୁଛି କଂଗ୍ରେସ । କାହାକୁ କଟକ ଜିଲ୍ଲା ଏବଂ ଆଉ କାହାକୁ କଟକ ନଗର କଂଗ୍ରେସର ସଭାପତି କରାଯିବ, ସେ ନେଇ ଦଳର ବରିଷ୍ଠ ନେତୃତ୍ୱ ବିଚାର ବିମର୍ଷ ଜାରି ରଖିଛନ୍ତି । ତେବେ ଦୌଡ଼ରେ ଥିବା ନେତାମାନଙ୍କ ମଧ୍ୟରୁ ବିଶ୍ୱଜିତ ମହାନ୍ତି, ସୁରେଶ ମହାପାତ୍ର, ମାନସ ଚୌଧୁରୀ, ସନ୍ତୋଷ ଭୋଳ, ଅଶୋକ ସ୍ୱାଇଁ, ରବି ମଲ୍ଲିକ ଓ ଶାନ୍ତାୟନ ମିଶ୍ର ପ୍ରମୁଖଙ୍କ ନାମ ବେଶ ଚର୍ଚ୍ଚାରେ ରହିଛି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ