ପଞ୍ଜାବ-ବେଙ୍ଗାଲୁରୁ ଫାଇନାଲ

ଅହମ୍ମଦାବାଦ୍‌ : ଇଣ୍ଡିଆନ ପ୍ରିିମିୟର ଲିଗ୍‌(ଆଇପିଏଲ)-୨୦୨୫ର ଫାଇନାଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯିବ। ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯାଇଥିବା କ୍ବାଲିଫାୟର-୨ରେ ପଞ୍ଜାବ କିଙ୍ଗ୍‌ସ ୫ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ୧୧ ବର୍ଷ ପ​ରେ ପଞ୍ଜାବ ଫାଇନାଲରେ ପହଞ୍ଚିବା ସହ ଟ୍ରଫିଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଦଳ ଶେଷ ଥର ପାଇଁ ୨୦୧୪ରେ ଫାଇନାଲ ଖେଳିଥିଲା। ପରାଜୟ ସହ ମୁମ୍ବଇ ଇଣ୍ଡିଆନ୍‌ସ ବିଦାୟ ନେଇଥିବାବେଳେ ଆଇପିଏଲରେ ଏଥର ନୂଆ ବିଜେତା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି।
ମୁମ୍ବଇ ଇଣ୍ଡିଆନ୍‌ସ ସୂର୍ୟ୍ୟକୁମାର ଯାଦବଙ୍କ ୪୪ରନ ବଳରେ ୨୦୩ରନ କରିଥିଲା। ଜବାବରେ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଶ୍ରେୟସ ଆୟରଙ୍କ ଅପରାଜିତ ୮୭ରନ ବଳରେ ୬ଟି ବଲ ବାକି ଥାଇ ୫ ୱିକେଟ ହରାଇ ୨୦୭ରନ କରି ବିଜୟୀ ହୋଇଥିଲା।
୨୦୪ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବ କିଙ୍ଗ୍‌ସ ୧୩ରନରେ ପ୍ରଥମ ୱିକେଟ ହରାଇଥିଲା। ପ୍ରଭସିମ୍ରନ ସିଂହ ୬ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ପ୍ରିୟାଂଶ ଓ ଜୋଶ ଇଙ୍ଗଲିଶ ୪୨ରନ ସଂଗ୍ରହ କରିବା ସହିତ ସ୍କୋରକୁ ୫୫ରନରେ ପହଞ୍ଚାଇଥିଲେ। ପ୍ରିୟାଂଶ ୨୦ରନ କରି ଆଉଟ୍‌ ହୋଇଥିଲେ। ୭୨ରନରେ ତୃତୀୟ ୱିକେଟର ପତନ ଘଟିଥିଲା। ଜୋଶ ଇଙ୍ଗଲିଶ ୩୮ରନ କରି ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟରେ ଶ୍ରେୟସ ଆୟର ଓ ନେହାଲ ୱାଧେରା ୮୪ରନ ଭାଗିଦାରୀ କରିଥିଲେ। ସ୍କୋର ୧୫୬ରନ ଥିବାବେଳେ ୱାଧେରା ୪୮ରନ କରି ଆଉଟ୍‌ ହୋଇଥିଲେ। ୧୬୯ରନରେ ପଞ୍ଚମ ୱିକେଟର ପତନ ଘଟିଥିଲା। ଆୟର ଶେଷ ପର୍ୟ୍ୟନ୍ତ ବ୍ୟାଟିଂ କରି ୪୧ଟି ବଲରୁ ଅପରାଜିତ ୮୭ରନ କରି ଦଳକୁ ବିଜୟୀ କରାଇଥିଲେ। ମୁମ୍ବଇ ପକ୍ଷରୁ ଅଶ୍ବିନ କୁମାର ୨ଟି ୱିକେଟ ନେଇଥିଲେ।

ପଞ୍ଜାବ କିଙ୍ଗ୍‌ସ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟସ ପରେ ବର୍ଷା ହେବାରୁ ଖେଳ ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟ ଭୋଗିଥିଲା। ୧୯ରନରେ ପ୍ରଥମ ୱିକେଟର ପତନ ଘଟିଥିଲ।। ରୋହିତ ଶର୍ମା ୮ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଜନି ବେୟାରଷ୍ଟୋ ଓ ତିଳକ ବର୍ମା ୫୧ରନ ସଂଗ୍ରହ କରିବା ସହିତ ସ୍କୋରକୁ ୭୦ରନରେ ପହଞ୍ଚାଇଥିଲେ। ବେୟାରଷ୍ଟୋ ୩୮ରନ କରି ଆଉଟ୍‌ ହୋଇଥିଲେ। ସୂର୍ୟ୍ୟକୁମାର ଯାଦବ ଓ ତିଳକ ବର୍ମା ୭୨ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୪୨ରନରେ ପହଞ୍ଚାଇଥିଲେ। ସୂର୍ୟ୍ୟକୁମାର ୪୪ରନ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ନମନ ଧିର ପଞ୍ଚମ ୱିକେଟରେ ୩୮ରନ ଭାଗିଦାରୀ କରିଥିଲେ। ୧୮୦ରନ ସ୍କୋର ଥିବାବେଳେ ହାର୍ଦିକ ୧୫ରନ କରି ଆଉଟ୍‌ ହୋଇଥିଲେ। ଶେଷରେ ଦଳ ନମନ ଧିରଙ୍କ ୩୭ରନ ବଳରେ ୬ ୱିକେଟରେ ୨୦୩ରନ କରିଥିଲା। ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ଆଜମାତୁଲ୍ଲା ଓମାରଜାଇ ୨ଟି, ବିଜୟ କୁମାର ବୈଶାଖ , ମାର୍କୋସ ଷ୍ଟୋଇନିସ, ଯୁଜୁବେନ୍ଦ୍ର ଚହଲ ଓ କାଏଲ ଜେମିସନ ପ୍ରତ୍ୟେକ ଲେଖାଏଁ ୱିକେଟ ନେଇଥିଲେ।

  • Garvita Odia

    Related Posts

    ଅବସର ନେଲେ ପୀୟୂଷ

    ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି । ପୀୟୂଷ ଚାୱଲା ଆଜି ସୋସିଆଲ ମିଡିଆରେ ତାଙ୍କର ଅବସର ଘୋଷଣା କରିଥିଲେ । ଚାୱଲା ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ଏକଦିବସୀୟ ବିଶ୍ୱକପରେ ଭାରତୀୟ…

    ଆଜି ଆଇପିଏଲ୍‌ ଫାଇନାଲ

    ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୫ର ଆଜି ଶେଷ ମ୍ୟାଚ୍‌। ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହୋଇଥିଲା, ପ୍ରାୟ ଅଢ଼େଇ ମାସ ପରେ ଏବେ ଏହା ଫାଇନାଲ ପର୍ଯ୍ୟାୟରେ ପହଂଚି ସାରିଛି। ଲିଗ୍ ପର୍ଯ୍ୟାୟ ଏବଂ ପ୍ଲେଅଫ୍…

    Leave a Reply

    Your email address will not be published. Required fields are marked *

    You Missed

    ୭ ମାଓବାଦୀ ନିହତ

    ୭ ମାଓବାଦୀ ନିହତ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର