ପଞ୍ଜାବ-ବେଙ୍ଗାଲୁରୁ ଫାଇନାଲ

ଅହମ୍ମଦାବାଦ୍‌ : ଇଣ୍ଡିଆନ ପ୍ରିିମିୟର ଲିଗ୍‌(ଆଇପିଏଲ)-୨୦୨୫ର ଫାଇନାଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯିବ। ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯାଇଥିବା କ୍ବାଲିଫାୟର-୨ରେ ପଞ୍ଜାବ କିଙ୍ଗ୍‌ସ ୫ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ୧୧ ବର୍ଷ ପ​ରେ ପଞ୍ଜାବ ଫାଇନାଲରେ ପହଞ୍ଚିବା ସହ ଟ୍ରଫିଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଦଳ ଶେଷ ଥର ପାଇଁ ୨୦୧୪ରେ ଫାଇନାଲ ଖେଳିଥିଲା। ପରାଜୟ ସହ ମୁମ୍ବଇ ଇଣ୍ଡିଆନ୍‌ସ ବିଦାୟ ନେଇଥିବାବେଳେ ଆଇପିଏଲରେ ଏଥର ନୂଆ ବିଜେତା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି।
ମୁମ୍ବଇ ଇଣ୍ଡିଆନ୍‌ସ ସୂର୍ୟ୍ୟକୁମାର ଯାଦବଙ୍କ ୪୪ରନ ବଳରେ ୨୦୩ରନ କରିଥିଲା। ଜବାବରେ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଶ୍ରେୟସ ଆୟରଙ୍କ ଅପରାଜିତ ୮୭ରନ ବଳରେ ୬ଟି ବଲ ବାକି ଥାଇ ୫ ୱିକେଟ ହରାଇ ୨୦୭ରନ କରି ବିଜୟୀ ହୋଇଥିଲା।
୨୦୪ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବ କିଙ୍ଗ୍‌ସ ୧୩ରନରେ ପ୍ରଥମ ୱିକେଟ ହରାଇଥିଲା। ପ୍ରଭସିମ୍ରନ ସିଂହ ୬ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ପ୍ରିୟାଂଶ ଓ ଜୋଶ ଇଙ୍ଗଲିଶ ୪୨ରନ ସଂଗ୍ରହ କରିବା ସହିତ ସ୍କୋରକୁ ୫୫ରନରେ ପହଞ୍ଚାଇଥିଲେ। ପ୍ରିୟାଂଶ ୨୦ରନ କରି ଆଉଟ୍‌ ହୋଇଥିଲେ। ୭୨ରନରେ ତୃତୀୟ ୱିକେଟର ପତନ ଘଟିଥିଲା। ଜୋଶ ଇଙ୍ଗଲିଶ ୩୮ରନ କରି ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟରେ ଶ୍ରେୟସ ଆୟର ଓ ନେହାଲ ୱାଧେରା ୮୪ରନ ଭାଗିଦାରୀ କରିଥିଲେ। ସ୍କୋର ୧୫୬ରନ ଥିବାବେଳେ ୱାଧେରା ୪୮ରନ କରି ଆଉଟ୍‌ ହୋଇଥିଲେ। ୧୬୯ରନରେ ପଞ୍ଚମ ୱିକେଟର ପତନ ଘଟିଥିଲା। ଆୟର ଶେଷ ପର୍ୟ୍ୟନ୍ତ ବ୍ୟାଟିଂ କରି ୪୧ଟି ବଲରୁ ଅପରାଜିତ ୮୭ରନ କରି ଦଳକୁ ବିଜୟୀ କରାଇଥିଲେ। ମୁମ୍ବଇ ପକ୍ଷରୁ ଅଶ୍ବିନ କୁମାର ୨ଟି ୱିକେଟ ନେଇଥିଲେ।

ପଞ୍ଜାବ କିଙ୍ଗ୍‌ସ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟସ ପରେ ବର୍ଷା ହେବାରୁ ଖେଳ ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟ ଭୋଗିଥିଲା। ୧୯ରନରେ ପ୍ରଥମ ୱିକେଟର ପତନ ଘଟିଥିଲ।। ରୋହିତ ଶର୍ମା ୮ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଜନି ବେୟାରଷ୍ଟୋ ଓ ତିଳକ ବର୍ମା ୫୧ରନ ସଂଗ୍ରହ କରିବା ସହିତ ସ୍କୋରକୁ ୭୦ରନରେ ପହଞ୍ଚାଇଥିଲେ। ବେୟାରଷ୍ଟୋ ୩୮ରନ କରି ଆଉଟ୍‌ ହୋଇଥିଲେ। ସୂର୍ୟ୍ୟକୁମାର ଯାଦବ ଓ ତିଳକ ବର୍ମା ୭୨ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୪୨ରନରେ ପହଞ୍ଚାଇଥିଲେ। ସୂର୍ୟ୍ୟକୁମାର ୪୪ରନ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ନମନ ଧିର ପଞ୍ଚମ ୱିକେଟରେ ୩୮ରନ ଭାଗିଦାରୀ କରିଥିଲେ। ୧୮୦ରନ ସ୍କୋର ଥିବାବେଳେ ହାର୍ଦିକ ୧୫ରନ କରି ଆଉଟ୍‌ ହୋଇଥିଲେ। ଶେଷରେ ଦଳ ନମନ ଧିରଙ୍କ ୩୭ରନ ବଳରେ ୬ ୱିକେଟରେ ୨୦୩ରନ କରିଥିଲା। ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ଆଜମାତୁଲ୍ଲା ଓମାରଜାଇ ୨ଟି, ବିଜୟ କୁମାର ବୈଶାଖ , ମାର୍କୋସ ଷ୍ଟୋଇନିସ, ଯୁଜୁବେନ୍ଦ୍ର ଚହଲ ଓ କାଏଲ ଜେମିସନ ପ୍ରତ୍ୟେକ ଲେଖାଏଁ ୱିକେଟ ନେଇଥିଲେ।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ