ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାରେ ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୁଲିସ। ତାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସବୁ ତଥ୍ୟକୁ ଏକାଠି କରି ପୁଲିସ ଛାନ୍‌ଭିନ୍ ଚଳାଇଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି। ଗତକାଲି ଛାତ୍ରୀଙ୍କ ବାପା ଗ୍ରାମାଞ୍ଚଳ ଥାନାରେ ପ୍ରେମିକ ପ୍ରମୋଦଙ୍କ ବିରୋଧରେ ସାନି ଏତଲା ଦେଇଥିଲେ।

ପ୍ରମୋଦକୁ ଜେରା ବେଳେ ତାଙ୍କଠାରୁ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ କରିଛି । ଛାତ୍ରୀଙ୍କ ସହ ସେ କେତେଦିନ ହେବ ପ୍ରେମ ସମ୍ପର୍କରେ ଥିଲେ, ଏ ନେଇ ତାଙ୍କ ପରିବାର ଓ ଛାତ୍ରୀଙ୍କ ପରିବାର ମଧ୍ୟରେ କ’ଣ ପ୍ରତିକ୍ରିୟା ଥିଲା, ସେମାନେ ଏହି ପ୍ରେମ ସମ୍ପର୍କକୁ ସମର୍ଥନ କରୁଥିଲେ କି ନାହିଁ, ପ୍ରେମିକାଙ୍କ ସହ ତାଙ୍କର ଘନିଷ୍ଠତା ଆଦି ବିଷୟରେ ପଚାରି ବୁଝିଛନ୍ତି । ମୃତ୍ୟୁ ଦିନ ସେମାନଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲା ତାହା ମଧ୍ୟ ପଚାରି ବୁଝିଛନ୍ତି ।

ଏଣେ ପ୍ରେମିକ ପ୍ରମୋଦ ବେହେରାଙ୍କ ମୋବାଇଲ ଫୋନ୍‌କୁ ମଧ୍ୟ ପୁଲିସ ଜବତ କରିଛି । ତାଙ୍କ ମୋବାଇଲ ଫୋନ୍‌ରେ ମୃତା ଛାତ୍ରୀଙ୍କର କିଛି ଆପତ୍ତିଜନକ ଭିଡିଓ ଏବଂ ଫଟୋ ଥିବା ପୁଲିସ ସୂଚନା ଦେଇଛି । ତାଙ୍କ ହ୍ୱାଟ୍‌ସଆପ୍‌ ଚାଟିଂ ଓ ଭିଡିଓ କଲ୍‌ ରେକର୍ଡ ମଧ୍ୟ ପୁଲିସ ପାଇଛି ।

  • Related Posts

    ଯୁବତୀଙ୍କୁ ଉଠାଇ ନେଲେ

    ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା…

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ମାହାଙ୍ଗା: ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କଟକ ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପତରାଜପୁର ଗ୍ରାମରେ ଘଟିଛି ଏଭଳି ଇଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ବିଷ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ