
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡ଼ା ଗ୍ରାମରେ ଯୁକ୍ତ ୩ ଛାତ୍ରୀ ମୃତ୍ୟୁ ମାମଲାରେ ଫୋରେନସିକ ଟିମ୍ ତଦନ୍ତ ଜାରି ରଖିଛି। ଶୁକ୍ରବାର ୨ୟ ଥର ଲାଗି ୪ ଜଣିଆ ଫୋରେନସିକ୍ ଟିମ୍ ମୃତା ଛାତ୍ରୀଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରା ଉଚରା କରିଛି। ଏହା ବ୍ୟତୀତ କେନ୍ଦ୍ରାପଡ଼ା ଏସପି ଏବଂ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ମଧ୍ୟରେ ଛାତ୍ରୀଙ୍କ ଘରେ ପହଞ୍ଚି ଯାଞ୍ଚ କରିଛନ୍ତି।
କୁହାଯାଉଛି ଯେ, ଛାତ୍ରୀ ଜଣକ ଆହତ୍ମତ୍ୟା କରିନାହାନ୍ତି। ତାଙ୍କୁ ହତ୍ୟା କରାଯାଇଛି। ଏ ନେଇ ପୁଲିସ ହାତରେ ବଡ଼ ସୁରାକ ଲାଗିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପୁଲିସ ମଧ୍ୟ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି।