ବେଜିଂ/ଇସଲାମାବାଦ: ଚୀନ୍ ଆଗାମୀ ଦିନରେ ପାକିସ୍ତାନକୁ ପଞ୍ଚମ ପିଢିର ୪୦ଟି ଅତ୍ୟାଧୁନିକ ଲଢୁଆ ବିମାନ ବିକ୍ରି କରିବ ବୋଲି ଜଣାପଡିଛି। ଯଦି ଏ ସଂକ୍ରାନ୍ତ ରାଜିନାମା ସ୍ବାକ୍ଷରିତ ହୁଏ, ତେବେ ଚୀନ ନିର୍ମିତ ଏଭଳି ଯୁଦ୍ଧ ବିମାନ ହାତେଇବାରେ ପାକିସ୍ତାନ ପ୍ରଥମ ବିଦେଶୀ ରାଷ୍ଟ୍ରର ମାନ୍ୟତା ପାଇବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଚୀନ ଇତିମଧ୍ୟରେ ଜେ-୩୫ଏ ନାମକ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ନିର୍ମାଣ କରିଥିବାବେଳେ ଏହାକୁ ନିଜର ବାୟୁସେନାରେ ସାମିଲ କରିସାରିଛି। ଆମେରିକାର ଏଫ୍-୩୫ ବିମାନ ସହ ଚୀନ୍ ନିର୍ମିତ ଏହି ବିମାନର ଯଥେଷ୍ଟ ସାମଞ୍ଜସ୍ୟ ରହିଛି। ହଂକଂସ୍ଥିତ ସମ୍ବାଦପତ୍ର ‘ସାଉତ୍ ଚାଇନା ମର୍ଣ୍ଣିଂ ପୋଷ୍ଟ’ର ସୂଚନା ଅନୁଯାୟୀ ଆସନ୍ତା ଦୁଇବର୍ଷ ମଧ୍ୟରେ ଚୀନ୍ ପାକିସ୍ତାନକୁ ୪୦ଟି ଜେ-୩୫ଏ ବିମାନ ଯୋଗାଇବାର ସମ୍ଭାବନା ରହିଛି। ଏହି ବିମାନ ନିର୍ମାଣ ପାଇଁ ଚୀନ୍ର କାରଖାନାରେ କାର୍ୟ୍ୟ ଆଗେଇ ଚାଲିଛି। ଉକ୍ତ ବିମାନରେ ଲାଗୁଥିବା ସମସ୍ତ ଯନ୍ତ୍ରାଂଶ ଚୀନ ନିଜେ ପ୍ରସ୍ତୁତ କରୁଥିବାରୁ ନିର୍ମାଣ କାର୍ୟ୍ୟରେ ବିଳମ୍ବ ଘଟିବ ନାହିଁ ବୋଲି ଆଶା କରାଯାଉଛି। ଚୀନ୍ ନିକଟରୁ ଏଭଳି ବିମାନ କିଣିବାକୁ ପାକିସ୍ତାନ ବାୟୁସେନା ସବୁଜ ସଙ୍କେତ ଦେଇସାରିଛି।
ମୁଁ ନିର୍ବାଚନରେ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ
ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…




