
ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ପାଣିରେ ବୁଡ଼ି ୨୦୬୪ଜଣ ମୃତୁ୍ୟବରଣ କରିଛନ୍ତି । ଆଜି ବିଧାନସଭାରେ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ।
ତଥ୍ୟ ଅନୁଯାୟୀ ନଦୀ, ସମୁଦ୍ର ଓ ପୋଖରୀରେ ବୁଡ଼ି ୨୦୬୪ଜଣ ମୃତୁ୍ୟବରଣ କରିଛନ୍ତି । କଟକରେ ସର୍ବାଧିକ ୨୫୨ଜଣ ପାଣିରେ ବୁଡ଼ି ମୃତୁ୍ୟବରଣ କରିଛନ୍ତି । ସେହିପରି ମୟୁରଭଞ୍ଜରେ ୨୫୧, କୋରାପୁଟରେ ୨୦୭ ଓ ନବରଙ୍ଗପୁରରେ ୧୦୨ ଜଣ ମୃତୁ୍ୟବରଣ କରିଛନ୍ତି ।




