ଭୁବନେଶ୍ୱର: ବିଷ ଓଗାଳିଲେ ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ରାଜ୍ୟସଭା ନିର୍ବାଚନ ପରେ ବିଜେଡିର ଗୋଟିଏ ପରେ ଗୋଟିଏ ଭିତିରି କଥା ବାହାରକୁ ଆଣୁଛନ୍ତି ଶ୍ରୀ ତ୍ରିପାଠୀ । ବୁଧବାର ସେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବିଜୁ ଜନାତା ଦଳ ବା ବିଜେଡି ଏବେ ବି ଭି.କେ ପାଣ୍ଡିଆନଙ୍କ କବଜାରେ ରହିଛି ।
ଏହାଛଡ଼ା ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଗତ ସାଧାରଣ ନିର୍ବାଚନରେ ସଂତୃପ୍ତ ମିଶ୍ର ସାଂସଦ ପ୍ରାର୍ଥୀ ହୋଇ ଲୋକଙ୍କ ଦ୍ୱାରା ପ୍ରତ୍ୟାଖିତ ହେଲେ । ତେବେ ଏହା ପରେ ବି ବିଜେଡି ତାଙ୍କୁ କାହିଁକି ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କଲା । ସେହିପରି ବିଜୁ-ନବୀନ ଟ୍ରଷ୍ଟକୁ ନେଇ ଶ୍ରୀ ତ୍ରିପାଠୀ ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ପୂର୍ବରୁ ୨୦ ଜଣ ବିଧାୟକଙ୍କ ଉପସ୍ଥିତିରେ ଟ୍ରଷ୍ଟ ବିଷୟରେ ଜାଣିନଥିବା କହିଥିଲେ । ଏନେଇ ପ୍ରଭାତ ବିଶ୍ୱାଳଙ୍କ ଅଭିଯୋଗକୁ ନବୀନ ଭିତ୍ତିହୀନ କହିଥିଲେ । ତେଣୁ ଆଜି ନବୀନ ବାବୁ ଚାପରେ ଆସି ସ୍ପଷ୍ଟୀକରଣ ଦେଇଥାଇ ପାରନ୍ତି ।
ସେହିପରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମୁଁ ବିଜେଡିର ନୀତି ଆଦର୍ଶ ସହ ରହିଛି । ମାତ୍ର ନିଷ୍ପତ୍ତି ସହ ନାହିଁ । ବିଜେଡିର ଅଣକଂଗ୍ରେସ ଚିନ୍ତାଧାରା ସହ ଅଛି, କିନ୍ତୁ ଚାଟୁକାରଙ୍କ ସହ ନାହିଁ ।
ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ
୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…



