ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର ଏସପି ଅଫିସ ଘେରାଉ

ବ୍ରହ୍ମପୁର: ବିଜେପି ନେତା ତଥା ରାଜ୍ୟ ବାର କାଉନସିଲ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ତଦନ୍ତକୁ ପୁଲିସ ଅଧିକ ଜୋରଦାର କରିଛି। ଏକ ଉଲ୍ଲେଖନୀୟ ଘଟଣାରେ ବ୍ରହ୍ମପୁର ପୁଲିସ ଗତକାଲି ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରାଉଚୁରା ପାଇଁ ଉଠାଇ ନେଇଛି।

ବିକ୍ରମଙ୍କୁ କୌଣସି ଅଜଣା ସ୍ଥାନରେ ରଖି ପଚରାଉଚରା କରାଯାଉଛି। ବିକ୍ରମଙ୍କୁ ଜେରା ପାଇଁ ନିଆଯିବା ଘଟଣାକୁ ନେଇ ଏଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବ୍ରହ୍ମପୁର ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଜେଡି ନେତା ଓ କର୍ମୀ ବିକ୍ରମଙ୍କ ଘରେ ପହଞ୍ଚିଛନ୍ତି। ବିକ୍ରାମଙ୍କୁ ପଚରାଉଚରା ପାଇଁ ନିଆଯିବା ଘଟଣା ପ୍ରତିବାଦରେ ବିଜେଡି କର୍ମୀ ଆଇଜି ଅଫିସ ଘେରାଉ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏସପି ଅଫିସ ସହ କମାପଲ୍ଲୀ ଛକରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଜେଡିର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସପିଙ୍କ ସହ ସାକ୍ଷାତ ପାଇଁ ସମୟ ମାଗୁଛନ୍ତି। ପିତବାସଙ୍କ ହତ୍ୟା ମାମଲାରେ ପୂର୍ବରୁ ଜଣେ କର୍ପୋରେଟରଙ୍କୁ ମଧ୍ୟ ଜେରା କରାଯାଉଛି।

  • Related Posts

    ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା

    କଟକ : ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା । ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଆସୁଛି । ମାଟ୍ରିକ୍ ସହ ଆରମ୍ଭ ହୋଇଥିବା ଏସ୍ଓଏସି…

    Continue reading
    ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ୫ ଡଙ୍ଗା

    ପୁରୀ : ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା। ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସହ ଭୂଦେବୀ, ଶ୍ରୀଦେବୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ