
କଟକ:ପୁଣି ଦବଦବା ଦେଖାଇଲେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ।୧୨ ଜଣ କରୋପରେଟରଙ୍କୁ ସାଙ୍ଗରେ ଧରି ବାଲିଯାତ୍ରା ତଳ ପଡିଆରେ ଆୟୋଜିତ ପୁସ୍ତକ ମେଳା ଉଦଯାପନୀ ଉତ୍ସବରେ ଯୋଗଦେଲେ । କିଛି ଦିନ ତଳେ ବିଜେଡିରୁ ବହିଷ୍କୃତ ନେତା ପ୍ରଭାତ ବିଶ୍ୱାଳଙ୍କ ଘରେ ରୂଦ୍ଧ ଦ୍ୱାର ବୈଠକରେ ଏହି କର୍ପୋରେଟର ମାନେ ଉପସ୍ଥିତ ଥିଲେ ।
ପରେ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆଙ୍କ ବାସଭବନରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ଉପସ୍ଥିତିରେ ଚୌଦ୍ଵାର କଟକର ୯ କର୍ପୋରେଟର ଉପସ୍ଥିତ ରହି ମେଳି କରିଥିଲେ । ବୈଠକ ପରେ କର୍ପୋରେଟର ମାନେ କହିଥିଲେ ଯେ ଆମେ ଦଳ ସହିତ ଅଛୁ। ବିଧାୟକ ଇସ୍ତଫା ଦେଲେ ଆମେ ଇସ୍ତଫା ଦେବୁ। ପୁଣି ବିଧାୟକ ସୌଭିକଙ୍କ ସହ ଏହି ୧୨ କର୍ପୋରେଟରଙ୍କୁ ଦେଖିବା ପରେ ଚର୍ଚ୍ଚା ଜୋର ଧରିଛି ।




