ପୁଣି ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ନୂଆଦିଲ୍ଲୀ /ଭୁବନେଶ୍ୱର : ପୁଣି ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ୨୦୨୭ ଜାନୁଆରୀ ୧୩ ଯାଏଁ ମହାନଦୀ ଟ୍ରିବ୍ୟୁନାଲ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଶନିବାର ଏହି ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଏପ୍ରିଲ ୧୩ରେ ଶେଷ ହେଉଥିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାନୁଯାୟୀ,ଚଳିତ ମାସ ୧୩ ତାରିଖରେ ଶେଷ ହେଉଥିଲା ମହାନଦୀ ଜଳ ବିବାଦ ନ୍ୟାୟାଧିକରଣର ସମୟସୀମା। ନ୍ୟାୟାଧିକରଣଙ୍କ ଅବଧି ବୃଦ୍ଧି ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ତରଫରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ନ୍ୟାୟାଧିକରଣ ଶୁଣାଣି ତଥ୍ୟାନୁଯାୟୀ ଜଳବିବାଦର ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗଠିତ ‘ଜଏଣ୍ଟ ଟେକ୍ନିକାଲ କମିଟି’ ଆଲୋଚନା ‘ଅଗ୍ରଗତି ରିପୋର୍ଟ’ ଦାଖଲ କରିପାରିନାହିଁ। କେତେକ ପ୍ରସଙ୍ଗରେ ଟେକ୍ନିକାଲ କମିଟିର ଆପତ୍ତି ଯୋଗୁଁଁ ଏହି ରିପୋର୍ଟ ଦାଖଲ ହୋଇପାରିନଥିବା ନ୍ୟାୟାଧିକରଣଙ୍କୁ ଅବଗତ କରାଯାଇଛି। ଓଡ଼ିଶା ସରକାର ଜଳବିବାଦର ଆପୋସ ସମାଧାନ ନିମନ୍ତେ ନ୍ୟାୟାଧିକରଣରେ ‘ଷ୍ଟାଟସ ନୋଟ୍’ ଦାଖଲ କରିଛନ୍ତି। ତେବେ ବିବାଦର ସମାଧାନ ତଥା ଆଲୋଚନାର ଅଗ୍ରଗତି ନେଇ ନ୍ୟାୟାଧୀକରଣ ନିର୍ଦିଷ୍ଟ ଅଗ୍ରଗତି ଅନୁଭବ କରିପାରିନଥିବା ଜଣାପଡ଼ିଛି।

ଗତ ଜାନୁଆରୀ ତୃତୀୟ ସପ୍ତାହରେ ନ୍ୟାୟାଧୀକରଣଙ୍କ ଅବଧି ବୃଦ୍ଧି ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ସୁପାରିସ କରିଥିଲେ। ନ୍ୟାୟାଧିକରଣ ଅଧ୍ୟକ୍ଷ ପଦରୁ ବିଚାରପତି ଏ.ଏମ୍ ଖାଣ୍ଡିଲକରଙ୍କ ମାର୍ଚ୍ଚ ୨୦୨୪ ଇସ୍ତଫାର ୯ ମାସ ପରେ ଡିସେମ୍ବର ୨୦୨୪ରେ ନୂତନ ଅଧ୍ୟକ୍ଷ ଭାବେ ବିଚାରପତି ବେଲା ଏମ୍. ତ୍ରିବେଦୀଙ୍କୁ ନିଯୁକ୍ତି ମିଳିଥିଲା। ତେଣୁ ଅତିକମ୍‌‌ରେ ୯ ମାସ ଅବଧି ବୃଦ୍ଧି ପାଇଁ ଓଡ଼ିଶା ସରକାର ଯୁକ୍ତି ବାଢ଼ିଛନ୍ତି। ଜଳବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ କେନ୍ଦ୍ର ସରକାର ୨୦୧୮ରେ ମହାନଦୀ ଜଳବିବାଦ ନ୍ୟାୟାଧୀକରଣ ଗଠନ କରିଥିଲେ। ପ୍ରାୟ ଆଠ ବର୍ଷ ଅବଧି କାଳରେ ଓଡ଼ିଶାର ଦାବି ମୁତାବକ ଛତିଶଗଡ଼ରେ ମହାନଦୀ ଅବବାହିକା ଅଞ୍ଚଳରେ ଜଳପ୍ରକଳ୍ପ ନିର୍ମାଣକୁ ରୋକିବା ଏବଂ ଅଣମୌସୁମୀ କାଳରେ ମହାନଦୀରେ ଅତିକମ୍‌ରେ ୧.୭୨ ଟିଏମ୍‌ସି ଜଳପ୍ରବାହ ସୁନିଶ୍ଚିତ କରିବା ବିଷୟରେ ନ୍ୟାୟାଧୀକରଣ କୌଣସି ଆଦେଶନାମା ଜାରି କରିପାରିନାହାନ୍ତି। ଛତିଶଗଡ଼ ଓ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳରେ ଜଳପ୍ରବାହକୁ ଅନୁଧ୍ୟାନ କରିବା ପାଇଁ ନ୍ୟାୟାଧୀକରଣଙ୍କ ବିଚାରପତି ଏବଂ ବୈଷୟିକ ଦଳ ୫ ଦିନିଆ ଗସ୍ତ ସାରି ମାର୍ଚ୍ଚ ୨ରେ ଦିଲ୍ଲୀ ଫେରିଥିଲେ।

  • Related Posts

    ସୋମବାରଠୁ ଭିତର ରତ୍ନଭଣ୍ଡାର ଗଣତି ମଣତି

    ପୁରୀ: ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି। ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି। ଆସନ୍ତା…

    Continue reading
    କ୍ୟାବିନେଟ ନିଷ୍ପତ୍ତି : କେନ୍ଦୁଝର ଜିଲ୍ଲାରେ ୧୬୪୭କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀଡ୍ ସବଷ୍ଟେସନ

    ଭୁବନେଶ୍ୱର: ରାଜ୍ୟରେ ଶକ୍ତି, ପରିବହନ ଓ ପାନୀୟ ଜଳ କ୍ଷେତ୍ର ସମେତ ୫ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦୁଝରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ