ପୁଣି ହଟ୍ଟଗୋଳ,୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପୁଣି ମୁଲତବୀ କରିଛନ୍ତି । ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଚାଷୀ ପ୍ରସଙ୍ଗରେ ବିଜେଡି ସଦସ୍ୟ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଯୋଗୁ ବାଚସ୍ପତି ଗୃହକୁ ପ୍ରଥମେ ୧୨ଟା ଯାଏ ଗୃହକୁ ମୁଲତବୀ କରିଥିଲେ । ପରେ ୧୨ଟା ପରେ ଗୃହ ଆରମ୍ଭ ହୋଇଥିଲା । ହେଲେ ବିଜେଡି ସଦସ୍ୟ ପୁଣି ଚାଷୀ ପ୍ରସଙ୍ଗରେ ନାରାବାଜି କରିବା ସହ ହୋହାଲ୍ଲା କରିଥିଳେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ଆଇନଶୃଙ୍ଖଳା ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ସେହିପରି କଟନୀଛଟନୀ ଅଭିଯୋଗରେ ବିେଜେଡି ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ