ପୁରୀରେ ପହଞ୍ଚିଲା ରଥକାଠ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥ ନିର୍ମାଣ ପାଇଁ ମଙ୍ଗଳବାର ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ୩ ଟ୍ରକ୍‌ରେ ୧୦୧ ଖଣ୍ଡ କାଠ ଆସି ପୁରୀ ପହଞ୍ଚିଛି। ସେଗୁଡ଼ିକୁ ବଡ଼ଦାଣ୍ଡ ରଥଖଳାରେ ରଖାଯାଇଛି। ସେଥିରେ ୪୮ ଅସନ ଓ ୫୩ ଧଉରା କାଠ ରହିଛି। ପରମ୍ପରା ଅନୁଯାୟୀ ଆଗାମୀ ୨ରେ ଶ୍ରୀପଞ୍ଚମୀ ତିଥିରେ ତିନୋଟି ୧୨ ଫୁଟିଆ ଧଉରା କାଠ ପୂଜା କରାଯିବ। ଜୁନ୍‌ ୨୭ରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ହେବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧଉରା ଓ ଫାଶୀ କାଠର ଆବଶ୍ୟକତା ରହିଛି। ଏହି ରଥ ନିର୍ମାଣ ପାଇଁ ୨୬୩ ବର୍ଷ ହେଲା ପାରମ୍ପରିକ ରୀତିରେ ଦଶପଲ୍ଲା ବନାଞ୍ଚଳରୁ କାଠ ଯୋଗାଣ ହେଉଛି। ଦଶପଲ୍ଲା ବନାଞ୍ଚଳର ଟାକରା ଓ ପୋଖରୀଗୋଚ୍ଛା ଜଙ୍ଗଲରୁ ୪୮ ଖଣ୍ଡ ଅସନ ଓ ୫୩ ଖଣ୍ଡ ଧଉରା କାଠ ୩ଟି ଟ୍ରକରେ ଅଣାଯାଇ ମଙ୍ଗଳବାର ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀରଘୁନାଥଜୀଉ ଓ ଶ୍ରୀମହାବୀର ଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୩ ଟ୍ରକ୍‌ରେ ୧୦୧ ଖଣ୍ଡ କାଠ ପୁରୀ ପଠାଯାଇଥିଲା। ଗତବର୍ଷଠାରୁ ବ୍ୟବହାର ନ ହୋଇ ୫୧ ଖଣ୍ଡ କାଠ ବଳକା ରହିଛି। ଅବଶିଷ୍ଟ ୮୧୪ ଖଣ୍ଡ କାଠ ଯୋଗାଇବାକୁ ଚଳିତବର୍ଷ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରାଦ କରାଯାଇଛି। ଖୁବ୍‍ଶୀଘ୍ର ଦ୍ବିତୀୟ ପର୍ୟ୍ୟାୟ ରଥ କାଠ ଆସି ପହଞ୍ଚିବ ବୋଲି ଅଧୀକ୍ଷକ ସୁଦର୍ଶନ ମେକାପ କହିଛନ୍ତି। ଶ୍ରୀରାମ ନବମୀ ତିଥିରେ ଖପୁରିଆ କରତ କଳରେ ରଥ କାଠ ଚିରଟ ଆରମ୍ଭ ହେବ। ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ କରାଯିବ।

  • Related Posts

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଭୁବନେଶ୍ୱର: ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ…

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    କୋରାପୁଟ: ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ଯାଉଛି । ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ