ପୂର୍ବତନ ଜିଲାପାଳଙ୍କ ବିରୋଧରେ ଏନବିଡବ୍ଲ୍ୟୁ

ମାଲକାନଗିରି : ମାଲକାନଗିରି ଜିଲାର ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ମାଲକାନଗିରି ଏସଡିଜେଏମ କୋର୍ଟ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ଏହି ଏନବିଡବ୍ଲ୍ୟୁ ଜାରି କରିଛନ୍ତି।

ସୂଚନା ଅନୁସାରେ, ୨୦୧୯ରେ ମନୀଷ ମାଲକାନଗିରି ଜିଲାର ଜିଲାପାଳ ଥିଲେ। ତାଙ୍କ ବ୍ୟକ୍ତିଗତ ସହାୟକ ଥିଲେ ଦେବ ନାରାୟଣ ପଣ୍ଡା। ୨୦୧୯ ଡିସେମ୍ବର ୨୭ରେ ଦେବନାରାୟଣ ହଠାନ ନିଖୋଜ ହୋଇଯାଇଥିଲେ। ଏହା ପରଦିନ ତାଙ୍କ ମୃତଦେହ ସତୀଗୁଡ଼ା ଜଳଭଣ୍ଡାରରୁ ମିଳିଥିଲା। ଦେବ ନାରାୟଣଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ଏହି ମାମଲାରେ କୋର୍ଟ ତତ୍କାଳୀନ ଜିଲାପାଳ ମନୀଷ ଏବଂ ଅନ୍ୟ ୩ ଜଣଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲେ। ବାରମ୍ବାର ନୋଟିସ ସତ୍ବେ ହାଜର ନ ହେବାରୁ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଛନ୍ତି।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

    ୧୦/୦୪/୨୦୨୬,ଅନୁଗୋଳ:ଅନୁଗୋଳ ଜିଲ୍ଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଅଭିଯୁକ୍ତ ବାବୁଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ