
କାମାକ୍ଷାନଗର: ପୋଖରୀରେ ବୁଡ଼ି ୨ ଭାଇ ମୃତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏକତାଳି ଗ୍ରାମରେ ଏହି ଅଘଟଣ ଘଟିଛି । ମୃତ ୨ ସମ୍ପର୍କୀୟ ଭାଇଙ୍କ ବୟସ ୭ ଓ ୮ ବର୍ଷ । ବଡ଼ଓଷା ପାଇଁ ଉଭୟ ମନ୍ଦିର ଯିବାକୁ ବାହାରିଥିଲେ । ଏନେଇ ଉଭୟ ଗାଧୋଇବାକୁ ନିକଟସ୍ଥ ଏକ ପୋଖରୀକୁ ଯାଇଥିଲେ । ତେବେ ଦୀର୍ଘ ସମୟ ପରେ ବି ସେମାନେ ଘରକୁ ନଫେରିବାକୁ ପରିବାର ଲୋକ ଖୋଜାଖୋଜି କରିଥିଲେ ।ଶେଷରେ ଉଭୟଙ୍କୁ ପୋଖରୀରୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ।



